ମାଲକାନଗିରି – ଆଜି ସନ୍ଧ୍ୟାରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ଋଷିକେଶ କିଲାରୀ ଓ ସୁକୁମା ସିଆରପିଏଫ ସେକେଣ୍ଡ ଇନ କମାଣ୍ଡଙ୍କ ସମ୍ମୁଖରେ ମାଓବାଦୀ ଆନ୍ଧ୍ର-ଓଡିଶା ବଡ଼ର ସ୍ୱତନ୍ତ୍ର ଜୋନାଲ କମିଟି ମେମ୍ବର ଦୁଲା ମାଡକାମୀ ଆତ୍ମସମର୍ପଣ କରିଛି ।
ଏହି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି କହିଥିଲେ ଆତ୍ମସମର୍ପଣ କରିଥିବା ଦୁଲାର ଘର ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଚିନ୍ତାଗୁମ୍ଫା ଥାନା କରିଗୁଣ୍ଡମ ଗ୍ରାମରେ । ସେ୨0୧ ୫ ମସିହାରେ ମାଓ ସଂଗଠନରେ ସାମିଲ୍ ହୋଇଥିଲା । ତା ନାମରେ ଓଡିଶା ଓ ଛତିଶଗଡ଼ରେ ୬ ଟି ମାମଲା ରହିଛି ।