
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ , ଦେବସ୍ନାନ ପୂର୍ଣ୍ଣିମା ଦିନଠାରୁ ଗତକାଲି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଗତ ଏକମାସ ଧରି ଭକ୍ତମାନେ ନୀଳାଚଳ ଅବଢ଼ାରୁ ବଞ୍ଚିତ ଥିଲେ କାରଣ ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ସ୍ନାନ ପରେ ଜ୍ୱର ହୋଇଥିଲା |ମହାପ୍ରଭୁ ସୁସ୍ଥ ହେବାପରେ ପରମ୍ପରା ଅନୁସାରେ ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ କରି ଗତକାଲି ରତ୍ନ ସିଂହାସନ ରେ ବିରାଜ ମାନ କରିଥିଲେ ଚତୁର୍ଧାମୂର୍ତ୍ତି |ଗତକାଲି ସକାଳ ୭.୩୦ ଦ୍ୱାର ଫିଟା , ମଙ୍ଗଳ ଆଳତୀ -ସକାଳ ୮. ୨୦, ଅବକାଶ -ସକାଳ ୧୦ଟା, ଗୋପାଳ ବଲ୍ଲଭ -ସକାଳ ୧୧.୪୦, ସକାଳ ଧୂପ -ମଧ୍ୟାହ୍ନ ୧୨. ୫୫, ଏବଂ ଭୋଗ ମଣ୍ଡପରେ -ମଧ୍ୟାହ୍ନ ୨. ୪୫ ସମୟରେ ଭୋଗ ଲାଗିଥିଲା | ଗତ ଏକ ମାସପରେ ପ୍ରଥମ ନୀଳାଚଳ ଅବଢ଼ା ମହାପ୍ରଭୁଙ୍କୁ ଭୋଗ କରାଯାଇଥିଲା |ଏକ ମାସ ପରେ କାଲି ମା ମହାଲଷ୍ମୀଙ୍କ ହାତରନ୍ଧା ଖାଇଛନ୍ତି ମହାପ୍ରଭୁ|
ଏହି ଅବଢ଼ା ପାଇବାପାଇଁ ଦେବଦେବୀ ମାନେ ଅପେକ୍ଷା କରିଥାନ୍ତି ବୋଲି କୁହାଯାଏ |ଭକ୍ତ ମାନଙ୍କ ଅବଢ଼ା ପାଇଁ ଉତ୍ତର ପାର୍ଶ୍ୱ ମଠରେ ଏକ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯିବ |ସେଥିପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରଶାସନ ସହ ଆଲୋଚନା କରାଯାଇଛି ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିର ଭଳି ମୋବାଇଲ ଫୋନରେ ଅବଢ଼ା ବରାଦ କରିପାରିବେ ଶ୍ରଦ୍ଧାଳୁ |କୋଭିଡ-୧୯ ନିୟମ ନ ମାନି ଓ ସାମାଜିକ ଦୂରତା ନ ରଖି ନୀଳାଚଳ ଅବଢ଼ା ପାଇଁ ଗତକାଲି ଶ୍ରୀମନ୍ଦିରର ଉତ୍ତର ଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା |ପ୍ରଶାସନ ତରଫରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇନଥିଲା |