ବ୍ରହ୍ମପୁର: ବ୍ରହ୍ଣପୁର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଧିନସ୍ଥ ହିଞ୍ଜିଳି ଓ ବ୍ରହ୍ମପୁର sub-division ଅନ୍ତର୍ଗତ ଗୌତମୀ, କୁକୁଡାଖଣ୍ଡି, ବ୍ରହ୍ମପୁର ଓ ଗୋଳନ୍ଥରା କନିଷ୍ଟ ଯନ୍ତ୍ରୀଙ୍କ ଅଧୀନରେ ଥିବା ଋଷୁକୁଲ୍ୟ ମୁଖ୍ୟ କେନାଲ ଓ କେନାଲ ନମ୍ବର 10 ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟାଦେଶ ରଖି ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ କରୁଥିବା କିଛି ପାଣିପଞ୍ଚାୟତ ସଭାପତି ଓ କିଛି ଚାଷୀ ମାନଙ୍କର ଅଭିଯୋଗ ହେଉଚି I ସୂଚନା ମୁତାବକ ଆଜକୁ ପ୍ରାୟ ତିନି ଚାରି ବର୍ଷ ପୂର୍ବରୁ ଚାଷୀ ଓ ପାଣି ପଞ୍ଚାୟତ କର୍ମକର୍ତା ମାନେ ଚାଷୀ ମାନେ ମୁଖ୍ୟ କେନାଲର ଶାଖା ଗୁଡିକ ମରାମତି ନ ହେବା ଦ୍ୱାରା ଶାଖା କେନାଲ ଗୁଡିକ ତଳ ସ୍ତର ପର୍ଯ୍ୟନ୍ତ ପାଣି ନ ଯୋଗେଇ ଚାଷୀ ମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଆସୁଅଛି I କିନ୍ତୁ ଏପଟେ ମହାମାରୀ କରୋନାର ଭୟାଭୟ ଥିବାବେଳେ ଏହାର ସୁଯୋଗ ନେଇ ଋଷୁକୁଲ୍ୟ ମୁଖ୍ୟ କେନାଲରେ ବିଭାଗୀୟ ଯନ୍ତ୍ରୀଙ୍କ ତତ୍ୱାବଧାନରେ ମେସିନ ଲଗାଇ ମୁଖ୍ୟ କେନାଲର ଦୁଇପଟ ହିଡ଼ କାମ କଲା ଭଳିଆ ଦେଖାଉ ଥିବାବେଳେ କେନାଲର ତଳସ୍ତର ଢିପ ହୋଇ ହୋଇ ଯାଉଚି I ଯାହାଫଳରେ ଋଷୁକୁଲ୍ୟ ମୁଖ୍ୟ କେନାଲର ଶାଖା ଗୁଡିକ ରୋହିଗାଁ ଓ satapndia କେନାଲର ପାଣି ତଳ ସ୍ତର ଯିବା ପାଇଁ ବହୁତ ଅସୁବିଧା ହେଉଚି ଚାଷୀମାନେ ପୂର୍ବରୁ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ I ବର୍ତ୍ତମାନ ମୁଖ୍ୟ କେନାଲ ଦୁଇ ପାର୍ଶ୍ଵର ହିଡ଼ କାମକରି କେନାଲର ଲକ୍ଷ ଲକ୍ଷ ଟଙ୍କା ର ବିଲ କରୁଛନ୍ତି l ଏପଟେ କେନାଲ ର ତଳ ସ୍ତର ଢିପ ହୋଇ ଯାଉଚି ତେଣୁ ମୁଖ୍ୟ କେନାଲର ଆଉଟ ଲେଟ ଗୁଡିକରେ ଶାଖା କେନାଲରେ ପାଣି ବାହାରିବାରେ ଅସୁବିଧା ହେଉଚି ତେଣୁ ଚାଷୀମାନେ ଜମିରେ ପାଣି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଚନ୍ତି I ଜିଲ୍ଲାପାଳ ଓ ନିର୍ବାହୀ ଯନ୍ତ୍ରୀଙ୍କୁଅନୁରୋଧ ଚାଷ କାମ ପୂର୍ବରୁ ଶାଖା କେନାଲ ଗୁଡ଼ିକ ପରିଦର୍ଶନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହେଉଚି I ନଚେତ ଚାଷୀ କୁଳ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଚନ୍ତି I
ରିପୋର୍ଟ: ପ୍ରଫୁଲ୍ଲ ସାବତ।