
ମୋଟ ୭ଜଣଙ୍କ ମଧ୍ୟରୁ ବ୍ଲକର ୫ଜଣ ଓ ଏନ.ଏ.ସି ର ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମର ଗୋଟିଏ ପରିବାରର ୨ଜଣ ପଜିଟିଭ ଚିହ୍ନଟ ହୋଇଥିବାରୁ ଅଧିକ ସଂକ୍ରମଣ କୁ ଦୃଷ୍ଟିରେ ରଖି କୁଲାଡ଼ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସୋମବାର ଭୋର ୫ଟା ଠାରୁ ବୁଧବାର ଭୋର ୫ଟା ପର୍ଯ୍ୟନ୍ତ ୨ଦିନ ୪୮ଘଣ୍ଟିଆ ସଟ ଡାଉନ ଘୋଷଣା କରିଛନ୍ତି। ଏସମ୍ପର୍କରେ ଆଜି ଶ୍ରୀ ପାଣିଗ୍ରାହୀ ପ୍ରଶାସନିକ ଅଧିକାରୀ ମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।ଲୋକଙ୍କ ସୁରକ୍ଷା ନିମନ୍ତେ ସୋମବାର କୁଲାଡ଼ ପରିବା ମାର୍କେଟ ରେ ଭିଡ଼ ଯୋଗୁଁ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଭଞ୍ଜନଗର ବିଡ଼ିଓ ଅନୀଲ କୁମାର ସେଠୀ କହିଛନ୍ତି।