କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଆଜି ପୁରୀଜିଲ୍ଲା ଖୁଚୁରା ବିକ୍ରେତା ସଂଘ ତରଫରୁ ଏକ ଦାବିପତ୍ର ଦିଆଯାଇଛି |ଏହି ଦାବିପତ୍ରରେ ସେମାନେ ଜଣାଇଛନ୍ତି ଯେ ଦୀର୍ଘ ବର୍ଷ ହେବ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନେ ପଡିକାର୍ଡଧାରୀମାନଙ୍କୁ ଅଭିଯୋଗ ବିହିନ ସେବା ସ୍ଵଳ୍ପ ଲାଭାଂଶରେ ଯୋଗାଇ ଆସୁଅଛୁ । ଏପରିକି ଭୟାବହ କରୋନା ମହାମାରି ସମୟରେ ଦୁଆର ଦୁଆର ବୁଲି ରାସନ ଯୋଗାଇବା ସହ ବିନା ପାରିଶ୍ରମିକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା
ଚାଉଳ, ମାଗଣା ଡାଲି ବଣ୍ଟନ କରିଥିଲେ । ପୂର୍ବ ୩ମାସ ( ଏପ୍ରିଲ, ମେ ଓ ଜୁନ) କରୋନା ମହାମାରିକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ରାସନ ବଣ୍ଟନ ସମୟରେ POS(Point of Sale) ମେସିନ୍ ବ୍ୟବହାର କରି ବିନା Biometric and Iris scanner ଦ୍ଵାରା
ଖାଉଟିମାନଙ୍କୁ ସାମାଜିକ ଦୁରତା ରକ୍ଷା କରି ରାସନ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଚଳିତ ଜୁଲାଇ ଓ ଅଗଷ୍ଟ ମାସର ରାସନ POS(Point of Sale) ମେସିରେ Biometric
and Iris scanner ଦ୍ବାରା ଖାଉଟି ସାମଗ୍ରୀ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ମହାମାରିର ପ୍ରଭାବ ଦିନକୁ ଦିନ ବଢୁଥିବା ସମୟରେ Pos(Point of Sale) ମେସିର ବ୍ୟବହାରକୁ ପ୍ରତ୍ୟାହାର କରାଯାଉ । କାରଣ ଏହାଦ୍ବାରା କରୋନା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ସହ ଗୋଷ୍ଟି ସଂକ୍ରମଣ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । କାର୍ଯ୍ୟରତ ଖୁଦୁରା ବିକ୍ରେତା ସମସ୍ତ ଅସ୍ବାଭାବିକ ପରିସ୍ଥିତିରେ ମଧ୍ୟ ଜୀବନକୁ ବିପନ୍ନ କରି ସେବା ଓ
ସହଯୋଗ ମନୋଭାବ ରଖି ପଡିକାର୍ଡଧାରି ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରି ଆସୁଅଛୁ ।କିନ୍ତୁ ଦୁଃଖର ବିଷୟ ଏହିକି ଆମ୍ଭମାନଙ୍କୁ ଏପର୍ଯ୍ୟନ୍ତ କରୋନା ଯୋଦ୍ଧାଭାବରେ ଘୋଷଣା
କରାଯାଇ ନାହିଁ । ପ୍ରକୃତ କଥା କହିବାକୁ ଗଲେ ଖୁଚୁରା ବିକ୍ରେତାମାନଙ୍କ ପ୍ରତି ବିଭାଗର ଏପରି ବୈମାତୃକ ମନୋଭାବ ଆମ୍ଭମାନଙ୍କୁ ମର୍ମାହତ କରିଛି ।
ସମସ୍ତ ରିଟେଲର ମାନଙ୍କ ଦାବୀଗୁଡିକ ହେଲା :-
୧ – କରୋନା ମହାମାରି ସମୟରେ POS(Point of Sale) ମେସିନ୍ ବ୍ୟବହାରକୁ ପୂର୍ବ ୩ମାସ ( ଏପ୍ରିଲ, ମେ, ଜୁନ) ୨୦୨୦ ଭଳି ରଖାଯାଉ ।
୨- କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କୁ ତୁରନ୍ତ କରୋନା ଯୋଦ୍ଧା ଘୋଷଣା କରାଯାଉ ।
୩- ଆମ୍ଭମାନଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ (ମାସ୍କ , ସାନିଟାଇଜର, ଗୋବସ୍ ଇତ୍ୟାଦି) ଦିଆଯାଉ
ଏବଂ ସରକାରଙ୍କ ପକ୍ଷରୁ ଅତିକମ୍ରେ
୨ ୫, ୦୦,୦୦୦/-ଟଙ୍କା (ପଚିଶ ଲକ୍ଷ ଟଙ୍କା) ବିମାଭୁକ୍ତ କରାଯାଉ ।
ଏହି ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିବା ସଦସ୍ୟ ମାନେ ହେଲେ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ମିଶ୍ର, ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରିୟା ବେହେରା, ଗଗନ ବିହାରୀ ଜେନା, ଜଗତ କିଶୋର ଲେଙ୍କା, ସଚିକାନ୍ତ ନାୟକ, ଭାବେଶ କୁମାର ମହାନ୍ତି, କୈଳାଶ ଚନ୍ଦ୍ର ଷଡ଼ଙ୍ଗୀ, ଦେବେନ୍ଦ୍ର ମହାନ୍ତି, କ୍ଷେତ୍ର ମୋହନ ଜେନା, ନିରଞ୍ଜନ ମାଳ, ଜୋସ୍ନା ଦାସ, ହାଲୁ ବାରିକ, ଟିଳୋତମା ବେୱା, ମହେନ୍ଦ୍ର ଦାସ, ବ୍ରଜକିଶୋର ସେନାପତି, ହାଡୁ ବଳିୟାରସିଂ ପ୍ରମୁଖ ଉପସ୍ଥିତ ଥିଲେ |ଏହି ସୂଚନା ଖୁଚୁରା ବିକ୍ରେତା ସଂଘର ସଭାପତି ସଂଗ୍ରାମ କେଶରୀ ମିଶ୍ର ଦେଇଥିଲେ |