ଜୟପାଟଣା – ଗୁରୁବାର ରାତିରେ ଧାମନଗୁଡ଼ା ଗ୍ରାମର ଏକ ଭିନ୍ନକ୍ଷମଙ୍କ ଘର ଜଳି ଯିବା ସହିତ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଭିନ୍ନକ୍ଷମ ମହିଳା ଜଣକ ନିଆଁରେ ପୋଡ଼ି ହୋଇ ଆହତ ହୋଇ ଜୟପାଟଣା ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
ଗୁରୁବାର ରାତି ପ୍ରାୟ ୧୦.୩୦ମି. ବେଳେ ଜୟପାଟଣା ବ୍ଳକ୍ ସିନ୍ଧିକାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଧାମନଗୁଡ଼ା ଗ୍ରାମର ଭିନ୍ନକ୍ଷମ ନୀଲେନ୍ଦ୍ରୀ ରାଉତ (୩୫) ଘରେ ଶୋଇ ଥିବା ବେଳେ କାଠ ଚୁଳି ରୁ ଘରେ ନିଆଁ ଲାଗି ଯାଇଥିଲା । କଥା କହି ପାରୁନଥିବା ନୀଲେନ୍ଦ୍ରୀ ପାଖ ଲୋକଙ୍କୁ ଉଠାଇବା ପରେ ଘର ପାଖର ଲୋକ ଆସି ନିଆଁକୁ ଆୟତ କରିଥିଲେ । ଘର ର ଚାଉଳ ସମେତ କିଛି ବ୍ୟବହାର୍ଯ୍ୟ ସାମଗ୍ରୀ ବାହାର କରୁଥିବା ବେଳେ ନିଲେନ୍ଦ୍ରୀ ର କିଛି ଅଂଶ ପୋଡ଼ି ଯାଇଥିଲା । ଘଟଣା ସମୟରେ ଜୟପାଟଣା ଡ଼ାକ୍ତରଖାନାରେ ୧୦୮ ଆମ୍ବୁଲାନ୍ସ୍ ନଥିବାରୁ ରାତି ଗୋଟାଏ ବେଳେ ପରେ ଆମ୍ବୁଲାନ୍ସ୍ ଆସି ନୀଲେନ୍ଦ୍ରୀଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଜି ଜୟପାଟଣା ତହସିଲଦାର ଘଟଣାସ୍ଥଳ କୁ ଯାଇ ଅନୁସନ୍ଧାନ କରି ଫେରିଥିବା ଜଣାଯାଇଛି । ନୀଲେନ୍ଦ୍ରୀକୁ ଚିକିତ୍ସା ସହିତ ସରକାରୀ ସହାୟତା ତୁରନ୍ତ ମିଳିବା ପାଇଁ ଦାବୀ ହେଉଛି ।