ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ୨ ଜଣ ଇଞ୍ଜିନିୟର ବୋଲି ଜଣାପଡ଼ିଛି । ସେହିପରି ଜଣେ ଡ୍ରାଇଭର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି ।
ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବିଏମସିର ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଏମ୍ସି ଇଞ୍ଜିନିୟରିଂ ବିଭାଗ ସିଲ୍ କରି ଦିଆଯାଇଛି । ଏଥିସହ ବିଭାଗର ସମସ୍ତ କର୍ମଚାରୀଙ୍କୁ ଘରେ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ୩ ଆକ୍ରାନ୍ତଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଥିବା ଜଣାପଡ଼ିଛି । ସେମାନେ କେବଳ ଅନ୍ୟ ଜିଲ୍ଲାକୁ ଯାଇଥିଲେ । ସେଠାରୁ ଫେରିବା ପରେ ସେମାନଙ୍କର କୋବିଡ ଟେଷ୍ଟ କରା ଯିବା ପରେ ସେମାନେ କରୋନା ପଜିଟିଭ ବାହାରିଥିଲେ ।