ଜୟପାଟଣା – ଆଜି ଜୟପାଟଣା ପଞ୍ଚାୟତ ସମିତି ବୈଠକକୁ ୧୧ଜଣ ସମିତି ସଭ୍ୟ ସଭ୍ୟା ବର୍ଜନ କରିଥିଲେ । ବ୍ଳକ୍ ରେ ଘଟି ଆସୁଥିବା ଅନିୟମିତତାକୁ ତଦନ୍ତ କରାନଯିବା, ବିଜୁ କେ.ବି.କେ ଯୋଜନାର ଏକ୍ସନ୍ ପ୍ଳାନ ସମ୍ପର୍କରେ ସମିତି ସଭ୍ୟସଭ୍ୟାଙ୍କ ଅବଗତ କରାନଯିବା, ଡ଼ବ୍ଳ୍ୟୁ.ଓ.ଡ଼ି. ରେ ସମିତି ସଭ୍ୟ/ସଭ୍ୟାଙ୍କୁ ଉପେକ୍ଷା କରାଯାଇ ଠିକାଦାରଙ୍କ ମର୍ଜିରେ ଏପୃଭ୍ ହେବା ଏବଂ ସମିତି ସଭ୍ୟ/ସଭ୍ୟାମାନେ ଦେଇଥିବା ଏକ୍ସନ୍ ପ୍ଳାନକୁ ଗୁରୁତ୍ୱ ଦିଆଯାଉନଥିବାରୁ ସମିତି ସଭ୍ୟ/ସଭ୍ୟାମାନେ ସେମାନଙ୍କର ଅଧିକାରୀ କ୍ଷୁର୍ଣ୍ଣ କରାଯାଉଥିବା ନେଇ ଅସନ୍ତୋଷ ହୋଇ ଆଜିର ବୈଠକ ବର୍ଜନ କରିଥିଲେ । ଧନଶୁଲୀ ସମିତି ସଭ୍ୟା ମିନତୀ ବେହେରା, ବାନେର ସମିତି ସଭ୍ୟ ଚନ୍ଦ୍ର ମାଝୀ, ବଡ଼ଟେମରୀ ସମିତି ସଭ୍ୟା ଲକ୍ଷୀ ସୁନାନୀ, ରଣମାଲ ସମିତି ସଭ୍ୟା ସୁପ୍ରିୟା ଦୁର୍ଗା, ସିନ୍ଧିକାଗୁଡ଼ା ସମିତି ସଭ୍ୟା ଦେବକୀ ବାଣୁଆ, କୁଚାଗାଁ ଗାଁ ସମିତି ସଭ୍ୟ ଇସ୍ମାଇଲ୍ ବାଗ, ବାଣ୍ଡିଗାଁ ସମିତି ସଭ୍ୟା ପ୍ରେମଶିଲା ନାଏକ, ପାଇକକେନ୍ଦୁମୁଣ୍ଡି ସମିତି ସଭ୍ୟ ଶ୍ରୀକାନ୍ତ ସଭ୍ୟ, ଭଇଁରିପାଲି ସମିତି ସଭ୍ୟ ଚିନ୍ମୟ ରାଉତ, ଅଁଳାଭଟା ସମିତି ସଭ୍ୟ ଭୂବନେ ନାଏକ ଓ ହିରାପୁର ସମିତି ସଭ୍ୟ ଭୂଜବଲ ପୁଝାରୀ ପ୍ରମୁଖ ପଞ୍ଚାୟତ ସମିତି ବୈଠକରେ ଯୋଗ ନଦେଇ ବର୍ଜନ କରିଥିଲେ । ଏ ସମ୍ପର୍କରେ ସେମାନେ ପି.ଡ଼ି. ଡ଼ି.ଆର୍.ଡ଼ି.ଏ. ଏବଂ କଳାହାଣ୍ଡି ଜିଲ୍ଳାପାଳଙ୍କ ଅବଗତ କରାଇଥିବା ଜଣାଯାଇଛି ।
Related Stories
September 23, 2024
September 23, 2024
September 23, 2024