-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୧୧୬ଟି କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୧୮୨ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୯୭୧, କଟକ ଜିଲ୍ଲାରେ ୮୧୩, ଯାଜପୁର ଜିଲ୍ଲାରେ ୫୬୬, ଗଜପତି ଜିଲ୍ଲାରେ ୪୬୧, ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୯୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ୩୨୨, ଜଗତସିଂହପୁର ଜିଲ୍ଲାରେ ୩୧୭, ପୁରୀ ଜିଲ୍ଲାରେ ୨୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୬୯, ଭଦ୍ରକ ଜିଲ୍ଲାରେ ୨୬୧, ମୟୁରଭଂଜ ଜିଲ୍ଲାରେ ୨୫୯, କନ୍ଧମାଳ ଜିଲ୍ଲାରେ ୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବଲାଙ୍ଗୀର ଜିଲ୍ଲାରେ ୨୧୩, ନୟାଗଡ ଜିଲ୍ଲାରେ ୧୬୪ ତଥା କେନ୍ଦୁଝର ଜିଲ୍ଲାରେ ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ଝାରସୁଗୁଡା ଜିଲ୍ଲାରେ ୧୨୮, ରାୟଗଡା ଜିଲ୍ଲାରେ ୧୧୫, ନୂଆପଡା ଜିଲ୍ଲାରେ ୮୨, ଢେଙ୍କାନାଳ ଜିଲ୍ଲାରେ ୮୪, କଳାହାଣ୍ଡି ଜିଲ୍ଲାରେ ୭୮ ଓ ବରଗଡ ଜିଲ୍ଲାରେ ୧୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୧୦୬, ମାଲକାନଗିରି ଜିଲ୍ଲାରେ ୧୧୨, ସମ୍ବଲପୁର ଜିଲ୍ଲାରେ ୮୩, ଦେବଗଡ ଜିଲ୍ଲାରେ ୬୨ ଓ ବୌଦ୍ଧ ଜିଲ୍ଲାରେ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୩୯. ନବରଙ୍ଗପୁର ଜିଲ୍ଲାରୁ ୫୫ ଜଣ କୋରାପୁଟ ଜିଲ୍ଲାରେ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।