ଭୁବନେଶ୍ୱର – ରାଜ୍ୟରେ ଆଜି ଆଉ ୪୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୪୬୯ ଜଣଙ୍କ ମଧ୍ୟରୁ ୩୧୭ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୫୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ପଶ୍ଚିମ ବଙ୍ଗର ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫର ଚାରି ଜଣ ଜବାନ କରୋନା ଆକ୍ରାନ୍ତ ହୋଇଥିବା ମଧ୍ୟ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୧୧୬ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୧୧ ଜଣ, ବାଲେଶ୍ୱର ଜିଲ୍ଲାରେୁ ୮ ଜଣ, ଭଦ୍ରକ ଜିଲ୍ଲାରେ ୧୬ ଜଣ , କଟକ ଜିଲ୍ଲାରେ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗଜପତି ଜିଲ୍ଲାରେ ୧୨ ଜଣ, ଯାଜପୁର ଜିଲ୍ଲାରେ ୨୫ ଜଣ , କଳାହାଣ୍ଡି ଜିଲ୍ଲାରେ ୨ ଜଣ, କନ୍ଧମାଳ ଜିଲ୍ଲାରେ ଜଣେ, କେନ୍ଦ୍ରାପଡା ଜିଲ୍ଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ୨୫ ଜଣ , ଖୋର୍ଧା ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମାଲକାନଗିରି ଜିଲ୍ଲାରେ ଜଣେ, ମୟୁରଭଂଜ ଜିଲ୍ଲାରେ ୬ ଜଣ, ନବରଙ୍ଗପୁର ଜିଲ୍ଲାରେ ୨ ଜଣ, ନୟାଗଡ ଜିଲ୍ଲାରେ ୨୪ ଜଣ ତଥା ପୁରୀ ଜିଲ୍ଲାରେ ୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସମ୍ବଲପୁର ଜିଲ୍ଲାରେ ୧୩ ଜଣ ଓ ସୁନ୍ଦରଗଡ ଜିଲ୍ଲାରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।