
ଧର୍ମଶାଳା – ବେକରେ ଫାଶି ଲଗାଇ ଯୁବକର ଆତ୍ମହତ୍ୟା । ଏଭଳି ଅଘଟଣ ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ଛେନାଖିଆପାଟଣା ଗ୍ରାମରେ । ମୃତ ଯୁବକ ଜଣକ ହେଲେ ଏହି ଗ୍ରାମର ବ୍ରଜମୋହନ ମଣ୍ଡଳଙ୍କ ପୁଅ ବ୍ରହ୍ମାନନ୍ଦ(୨୭) ବୋଲି ଜଣାପଡିଛି । ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳକୁ ପଠାଇ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନା ମୁତାବକ ଏହି ପଂଚାୟତ ଛେନାଖିଆପାଟଣା ଗ୍ରାମର ବ୍ରଜ ମୋହନ ମଣ୍ଡଳଙ୍କ ପୁଅ ବ୍ରହ୍ମା ଗତ କାଲି ରାତି ଖାଇ ସାରି ଘରେ ଶୋଇଥିଲେ । ଆଜି ସକାଳେ ଘର ଭିତରେ ବେକରେ ଫାଶି ଲଗାଇ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଘର ଲୋକେ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ବ୍ରହ୍ମବରଦା ଫାଣ୍ଡିରେ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପଂହଚି ମୃତ ଦେହକୁ ଜବତ କରିଥିଲେ । ମୃତ ବ୍ରହ୍ମାଙ୍କ ପାଟିରୁ ଫେଣ ବାହାରୁଥିବା ଦେଖିବାକୁ ମିଳିଥିଲା । ବେକରେ ଫାଶି ଦେବା ପୂର୍ବରେ ସେ ବିଷ ପିଇ ଦେଇଥିବା ଅନୁମାନ କରାଯାଉଛି । ଶବ ଜବତ କରାଯିବା ସହିତ ୧୭ା୨୦ରେ ଏକ ଅପମୃତ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚକିତ୍ସାଳୟକୁ ପଠାଇ ଦିଆଯାଇଥିବା ନେଇ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷେ ପ୍ରେମ ଜନିତ କାରଣ ପାଇଁ ବ୍ରହ୍ମା ଆତ୍ମହତ୍ୟା କରିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଘରେ ବ୍ରହ୍ମାଙ୍କ ବିବାହ ନିମନ୍ତେ ଅନେକ ପ୍ରସ୍ତାବ ଆସୁଥିଲା । ବ୍ରହ୍ମା ସେ ସବୁ ପ୍ରସ୍ତାବକୁ ପତ୍ୟାଖ୍ୟାନ କରୁଥିଲା । ଯାହାକୁ ନେଇ ଅନେକ ସମୟରେ ସେ ଚାପରେ ରହୁଥିଲା । ଫଳରେ ଚାପର ସମ୍ମୁଖୀନ ହୋଇ ସେ ଆତ୍ମହତ୍ୟା କରିଥାଇ ପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି ।