ଧର୍ମଶାଳା – ଯାଜପୁର ଜିଲାରେ ସୃଷ୍ଟି କରାଯିବ ଅଧିକରୁ ଅଧିକ କାଜୁ ଜଙ୍ଗଲ । ମନରେଗା ଯୋଜନାରେ ଯାଜପୁର ଜିଲା ରସୁଲପୁର ବ୍ଲକର ବିଭିନ୍ନ ପଂଚାୟତରେ ସୃଷ୍ଟି କରାଯିବ କାଜୁ ଜଙ୍ଗଲ । ଏନେଇ ପ୍ରଶାସନ ପକ୍ଷରୁ ବ୍ରାହ୍ମଣୀ ନଦୀ ପଠା ଅଂଚଳକୁ ଲାଗି ରହିଥିବା ୩୫ ଏକର ଜମି ଚିହ୍ନଟ କରାଯାଇଛି । ଜିଲାର ସିଂହାପୁର ପଂଚାୟତର ୧୫ ଏକର,ରାଜେନ୍ଦ୍ରପୁର ପଂଚାୟତରେ ୧୩ ଏକର ଓ ଅତଲାପୁର ପଂଚାୟତରେ ୭ ଏକର ଜମିରେ କାଜୁ ଚାରା ରୋପଣ କରାଯିବ । ବନ ମହୋତ୍ସବ ସପ୍ତାହ ଅବସରରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମର ଅଧିବାସୀଙ୍କ ମଧ୍ୟ ସାମିଲ କରାଯିବ । ଜିଲାରେ ଜଙ୍ଗଲ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏପରି ନିସ୍ପତି ନିଆଯାଇଛି । ଖାଲି ଥିବା ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବା ଏହା ଏକ ସର୍ବୋତମ ମାଧ୍ୟମ ।