କନ୍ଧମାଳ – କୋଚିଲାଗଡ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି । ଦୁର୍ଘଟଣା ହେବାର ପ୍ରାୟ ୬ ଦିନ ପରେ ମଧ୍ୟ ବିଭାଗ ପ କ୍ଷରୁ କୌଣସି୍ କାର୍ଯର୍ୟାନୁÂାନ ଗ୍ରହଣ କରାଯାଇ ନାହିଁ । ହଷ୍ଟେଲ କର୍ମଚାରୀଙ୍କ ଅବହେଳାରୁ ଏହି ଦୁର୍ଘଟଣା ଘଟି ଛାତ୍ରର ମୂତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏହି ଅଭିଯୋଗ ଉପରେ ଆଜି ପର୍ଯ୍ୟନ୍ତ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାଯାଇ ନାହିଁ । କେବଳ ଏଡିଡବ୍ଲୁଓ ଘଟଣାର ତଦନ୍ତ କରିଛନ୍ତି । ଜିଲ୍ଲାପାଳ କିମ୍ବା ଡିଡବ୍ଲୁଓ ସଦର ମହକୁମାରେ ନାହନ୍ତି । ସେମାନେ ଫେରିଲେ ରିପୋର୍ଟ ପ୍ରଦାନ କରିବେ ବୋଲି ଏଡିଡବ୍ଲୁଓ ଅରବିନ୍ଦ ରାୟ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ହଷ୍ଟେଲ ଅଧୀକ୍ଷକ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । ମୃତକ ଛାତ୍ରର ପରିବାରକୁ ଅଭିଯୋଗ ପ୍ରତ୍ୟାହର କରିବାକୁ ପ୍ରଲୋଭନ ଦେଖାଉଥିବା ନେଇ ଅଭିଯୋଗ ହେଉଲଛି । ମିଳିଥିବା ସୂଚନା ଅନୁଯାୟୀ କୋଚିଲାଗଡ ଠାରେ ଥିବା ଏକ ଗୋଦାମ ଘରକୁ ଅନ୍ୱେଷା ଛାତ୍ରଛାତ୍ରୀଙ୍କ ପାଇଂ ହଷ୍ଟେଲ କରାଯାଇଛି । ବାଳକ ଓ ବାଳିକାଙ୍କ ପାଇଁ ଗୋଟିଏ ପରିସରରେ ହ ଷ୍ଟେଲ ହୋଇଥିବା ବେଳେ ପ୍ରାୟ ୪୦୦ ରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ରହୁଛନ୍ତି । ହେଲେ ସେହି ଅନୁପାତରେ ବ୍ୟବସ୍ଥା ନାହିଁ । ପିଲାମାନେ ସ୍କୁଲରୁ ଫେରିବା ପରେ ସେମାନଙ୍କ ଜଗାରଖା ଠିକ୍ ଭାବେ ହଉ ନାହିଁ । ଦୁଇଟି ହ ଷ୍ଟେଲ ପାଇଁ ଦୁଇ ଜଣ ଅଧୀକ୍ଷକ ଥିବା ବେଳେ ଜଣେ ମେଟ୍ରୋନ, ଜଣେ ୱାର୍ଡନ, ୭ ଜଣ ସିସିଏ ରହିଛନ୍ତି । ଏଥି ସହ ସ୍କୁଲରୁ ଫେରିବା ପରେ ପିଲାଙ୍କୁ ପଢାଇବା ପାଇଁ ୫୦ ପିଲାକୁ ଜଣେ ଲେଖାଏ ଟୁ୍ୟଟର ମଧ୍ୟ ରହିଛନ୍ତି । ଏତେ ଷ୍ଟାଫ ଥିବା ସତ୍ୱେ ଛାତ୍ର ଜଣକ କିପରି ୮ ଫୁଟ ତାଜା ଉପରକୁ ଯାଇ ଖେଳୁଥିଲେ ତାହା ସନେ୍ଧହ ଘେରକୁ ଆସୁଛି । ଏଥିରେ ସବୁ କ୍ଷେତ୍ରରେ ଅବହେଳା କରାଯାଇଥିବା ଜଣା ପଡୁଛି । ତେଣୁ କିପରି ଏହି ଘଟଣା ଚାପି ହେବ ସେଥିବାପାଇଁ ସବୁ ସ୍ତରରେ ଉଦ୍ୟମ ହେଉଛି । ଏଡିଡବ୍ଲୁଓ ଶ୍ରୀ ରାୟ ମଧ୍ୟ ପରୋକ୍ଷରେ ଛାତ୍ର ମୃତୁ୍ୟ ପାଇଁ କର୍ମଚାରୀଙ୍କ ଅବହେଳା ଦାୟୀ ବୋଲି କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ ଜିଲ୍ଲାପାଳ ଆସି ନଥିବାରୁ କୌଣସି କାର୍ଯ୍ୟାନୁÂାନ ନିଆଯାଇ ପାରୁନଥିବା ସେ କହିଛନ୍ତି ।
Related Stories
November 25, 2024