ବେଲଗୁଣ୍ଠା-କରୋନାର ହଟସ୍ପଟ୍ ଗଞ୍ଜାମ ଗତ ଦୁଇଦିନ ଧରି ଲଗାତାର ୨୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଚିହ୍ନଟ ହେଉଛନ୍ତି ।ଆଜି ୨୧୬ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରେ ଦୁଇ ଜଣ କରୋନା ଯୋଦ୍ଧା, ଜଣେ ୫/୬ ବର୍ଷର ଶିଶୁ ଓ ଜଣେ ସ୍ଥାନୀୟ ଲୋକ ଅଛନ୍ତି ।କରୋନା ଯୋଦ୍ଧା ଙ୍କ ମଧ୍ୟରୁ ଜଣେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୩୫ ବର୍ଷୀୟ ଏ.ଏନ୍.ଏମ୍ ରହିଥିବା ବେଳେ ଅନ୍ୟ ଜଣେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁରକ୍ଷା କର୍ମୀ ବୋଲି ଜଣାପଡିଛି ।ଚିହ୍ନଟ ହୋଇଥିବା ଶିଶୁ ପୁତ୍ର ଟି ମଧ୍ୟ ଜଣେ କରୋନା ଯୋଦ୍ଧା ତଥା ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ର ର ଜଣେ କର୍ମଚାରୀଙ୍କ ପୁଅ ।ସେ ତିନି ଦିନ ତଳେ ଚିହ୍ନଟ ହୋଇଥିବା ବେଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଟେଣ୍ଡାଣ୍ଟଙ୍କ କଣ୍ଟାକ୍ଟ ଟ୍ରେସିଂ ରେ ଆସିଥିବା ବେଳେ ତାର ବାପା ଓ ମାଆଙ୍କ ରିପୋର୍ଟ ଆସିନାହିଁ ।ସେହିପରି ଅନ୍ୟ ଜଣି ସ୍ଥାନୀୟ ବ୍ୟକ୍ତି ଜଣକ ଗାଙ୍ଗପୁର ଅଞ୍ଚଳର ୩୮ ବର୍ଷୀୟ ଜଣେ ବ୍ୟକ୍ତି ।ପ୍ରତିଦିନ ସଂଖ୍ୟା ବଢୁଥିବା ବେଳେ ପରୀକ୍ଷା ପାଇଁ ସ୍ୱାବ୍ ଦେଇ ଆସିଲା ପରେ ସ୍ୱାବ୍ ଦେଇଥିବା ବ୍ୟକ୍ତି ସଙ୍ଗରୋଧ ରେ ନ ରହୀ ବୁଲାବୁଲି କରିବା ଏବଂ ଅନ୍ୟ ମାନଙ୍କ ସହ ମିଶିବା ଗୋଷ୍ଠୀ ସଂକ୍ରମଣ ବଢାଉଛି ବୋଲି ଆଲୋଚନା ହେଉଛି ।
ଶିବରାମ ଚୌଧୁରୀ