ବ୍ରହ୍ମପୁର: ଦିନକୁ ଦିନ ବିଗୁଡ଼ୁଛି ଗଞ୍ଜାମ ଜିଲ୍ଲା । କରୋନା ରୋଗୀଙ୍କ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆତଙ୍କିତ ଅବସ୍ଥାରେ ଜିଲ୍ଲାପାଳ । ଗତ ଏପ୍ରିଲ ୨୮ରେ ପ୍ରବାସୀଙ୍କ ଆଗମନ ପରେ ମେ’ ୨ ତାରିଖରେ ପ୍ରଥମ ପଜିଟିଭ ଜିଲ୍ଲାରେ ଦେଖାଯାଇଥିଲା । ଶନିବାର ଦିନ ଜିଲ୍ଲାରେ ୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୯୧ ସୁସ୍ଥ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ବରଣ ହୋଇଥିବା ଜଣାପଡ଼ିଛି । ଜିଲ୍ଲାରେ ଏବେ ଗୋଷ୍ଠୀ ସଂକ୍ରାମଣ ଆରମ୍ଭ ହେଲାଣି ।
ଏଭିତରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୬୬ ଆକ୍ରାନ୍ତ ହେଲେଣି । ଜିଲ୍ଲାର ପ୍ରାୟ ସବୁ ବ୍ଳକକୁ କରୋନା ଛୁଇଁଥିବା ବେଳେ ବ୍ରହ୍ମପୁର ମହାନଗରରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଲାଣି ।ଶନିବାର ଦିନ ଜିଲ୍ଳାରେ ୨୧୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଜିଲ୍ଲାରେ ୨୦୬୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୮୨୬ ଜଣ ଚିକିତ୍ସିତ ହେଉଥିବା ବେଳେ ୨୧ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାରେ ୨୧୬ ନୂଆ କରୋନା ରୋଗୀଙ୍କ ତଥ୍ୟ ରିପୋର୍ଟ ଲେଖାଗଲା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିନାହିଁ ।