Related Stories
November 2, 2024
ବ୍ରହ୍ମପୁର: ନିକଟସ୍ଥ ତରାଇ ଗଞ୍ଜୁ ଗ୍ରାମରେ ଆଗାମୀ ୮ତାରିଖରେ ଏକ ବାଲ୍ୟ ବିବାହ ହେବାକୁ ଥିବା ଚାଇଲ୍ଡ ଲାଇନ୍ କେନ୍ଦ୍ରକୁ ଖବର ଆସିଥିଲା । ତୁରନ୍ତ ଏ ସଂକ୍ରାନ୍ତରେ ସମସ୍ତ ବିବରଣୀ ରଙ୍ଗେଇଲୁଣ୍ଡା ସିଡିପିଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଜ୍ୟୋସ୍ନା ପାଢ଼ୀଙ୍କୁ ଅବଗତ କରାଯାଇଥିଲା । ଗୋପାଳପୁର ପୋଲିସ ଅଜୟ କୁମାର ଶତପଥୀ ତଥା ସ୍ପେସିଆଲ ଫୋର୍ସଙ୍କ ସହାୟତାରେ ଶ୍ରୀ ପାଢ଼ୀ ଚାଇଲ୍ଡ ଲାଇନ୍ ସହାୟତା କେନ୍ଦ୍ରର ତୋପଇ ସାହୁ, ଶିଳ୍ପା ସେଠୀ, ଏନ୍.ପ୍ରକାଶ ରାଓ ଓ ଅଙ୍ଗନୱାଡ଼ି କର୍ମୀ ସେହି ଗ୍ରାମକୁ ଯାଇଥିଲେ । ସେଠାରେ ଗୋଟିଏ ନୁହଁ ଆଗାମୀ ଦିନରେ ୨ଟି ବାଲ୍ୟ ବିବାହର ଯୋଜନା ରହିଛି । ସ୍ଥାନୀୟ ବିଦ୍ୟାଳୟରୁ ଶିଶୁମାନଙ୍କ ବୟସ ଦେଖିବାରୁ ଜଣାଗଲା ଜଣେ ୧୩ବର୍ଷର ତ ଅନ୍ୟଜଣେ ୧୪ବର୍ଷ । ୨ ନାବାଳିକାଙ୍କ ବିବାହ ସେହି ଗ୍ରାମର ଦୁଇ ବାସିନ୍ଦା ମିଟୁ ବେହେରା(୨୫) ଓ ଅନ୍ୟଜଣେ କାଳିଆ ବେହେରା(୨୨)ଙ୍କ ସହ ଅନୁଷ୍ଠିତ ହେବାକୁ ଥିଲା । ସ୍ଥାନୀୟ ସରପଞ୍ଚ, ଶିକ୍ଷକ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ ବର କନ୍ୟା ପରିବାରଙ୍କୁ ବାଲ୍ୟ ବିବାହର କୁପରିଣାମ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଶେଷରେ ସମସ୍ତଙ୍କ ଉପସ୍ଥିତିରେ ଦୁଇ ପରିବାର ଏକ ସ୍ୱୀକାରୋକ୍ତି ପ୍ରଦାନ କରିଥିଲେ । ଶିଶୁ ଦୁହିଁଙ୍କ ସରକାରୀ ସ୍ୱୀକୃତ ବିବାହ ବୟସ ନହେବା ପର୍ଯ୍ୟନ୍ତ ସେମାନଙ୍କ ବିବାହ ଦେବେ ନାହିଁ, ଯଦି ଏହାର ଅବମାନନା କରନ୍ତି ଆଇନ୍ଗତ ଦଣ୍ଡ ଭୋଗିବେ । ଉକ୍ତ ପଞ୍ଚାୟତରେ ଏହା ପ୍ରଥମ ବାଲ୍ୟ ବିବାହ ପ୍ରଶାସନ ନଜରକୁ ଆସିଥିଲା ଯାହା ମିଳିତ ପ୍ରଚେଷ୍ଠାରେ ଏଡାଇବାରେ ପ୍ରଶାସନକୁ ସଫଳତା ମିଳିଛି ।