-
୨୧୭ ସନ୍ଦିଗ୍ଧ, ୬୫ ପଜିଟିଭ ଚିହ୍ନଟ
-
ସ୍ୱାସ୍ଥ୍ୟ ଟିମ୍କୁ ସାବାସୀ ଦେଲେ କମିଶନର
Related Stories
November 23, 2024
ବ୍ରହ୍ମପୁର: କରୋନା ଭୁତାଣୁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସଂକ୍ରମଣ ବୃଦ୍ଧିକୁ ରୋକ ଲଗାଇବାକୁ ଜିଲ୍ଲା ପ୍ରଶାସନ ଗତ ୨୭ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ୪ଦିନ ବ୍ରହ୍ମପୁରକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ନିଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରିବା ସହ କରୋନା ଭୁତାଣୁ ଲକ୍ଷଣ ଓ ସନ୍ଦିଗ୍ଧଙ୍କୁ ଖୋଜି ବାହାର କରିବା ପାଇଁ ପ୍ରୟାଶ ଆରମ୍ଭ କରିଥିଲେ । ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ଶନିବାର ଟ୍ୱିଟ୍ ଯୋଗେ ଦେଇଥିବା ସୂଚନା ପ୍ରକାରେ ଡାକ୍ତର, ନର୍ସ, ଏଏନ୍ଏମ୍, ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କୁ ନେଇ ନିଗମର ୪୦ଟି ୱାର୍ଡରେ ୭୦ଟି ଟିମ୍ ଗଠନ କରାଯାଇଛି । ସଟ୍ ଡାଉନ୍ ସମୟରେ ୩ଲକ୍ଷ ୭୧ହଜାର ୩୨୨ଜଣଙ୍କ ସ୍କ୍ରିନିଂ କରାଯାଇ ସେମାନଙ୍କ ଠାରେ ଲକ୍ଷଣ ଥିବା ୨୧୭ଜଣ ସନ୍ଦିଗ୍ଧକୁ ଚିହ୍ନଟ କରିଥିଲେ । ସେମାନଙ୍କ ସ୍ୱାବ୍ ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୫ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ବର୍ତ୍ତମାନ ନିଗମ ଅଞ୍ଚଳରେ ୧୩୦ରୁ ଊର୍ଦ୍ଧ୍ୱ କରୋନା ରୋଗୀ ଚିହ୍ନଟ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଏଭଳି ମହତ୍ୱ କାର୍ଯ୍ୟ ଓ ତାକୁ ସହଯୋଗ କରିଥିବା ସହରବାସୀଙ୍କୁ ଟ୍ୱିଟ୍ ଯୋଗେ ସାଧୁବାଦ ଜଣାଇଛନ୍ତି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ।