-
ପରିଚାଳନା ପାଇଁ ୨ ଆଇଏଏସ୍ ଓ ୬ ଓଏଏସ୍ ଅଫିସର୍ଙ୍କୁ ଗଞ୍ଜାମ ଦାୟୀତ୍ୱ ଦେଲେ ସରକାର
ବ୍ରହ୍ମପୁର: ଗଞ୍ଜାମରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨ହଜାରରୁ ଊର୍ଦ୍ଧ୍ୱ କରୋନା ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ୨୦ଜଣ ମୃତ୍ୟୁବରଣ କରିଛନ୍ତି । ୧୨୦୦ରୁ ଊର୍ଦ୍ଧ୍ୱ ସୁସ୍ଥ ହେଲେଣି । ଗତ ସପ୍ତାହକ ମଧ୍ୟରେ ଜିଲ୍ଳାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୨ଜଣ ଆଇଏଏସ୍ ଅଫିସ୍ରଙ୍କୁ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଭାବେ କୋଭିଡ-୧୯ ପରିଚାଳନା ପାଇଁ ନିଯୁକ୍ତି ଦେଇଛନ୍ତି । ୨୦୧୫ ବ୍ୟାରଚ୍ ପାରୁଲ ପତାୱାରୀ ଓ ଭିଶାଲ ସିଂଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀମତୀ ପତାୱାରୀ ବର୍ତ୍ତମାନ ପୂର୍ତ୍ତ ବିଭାଗରେ ଡେପୁଟି ସେକ୍ରେଟେରୀ ଥିବାବେଳେ ତାଙ୍କୁ ଛତ୍ରପୁର ସବ୍ଡିଭିଜନ ଦାୟୀତ୍ୱ ଦିଆଯାଇଛି । ସେହିପରି ପୁରୀ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଭିଶାଲ ସିଂଙ୍କୁ ଭଞ୍ଜନଗର ସବ୍ଡିଭିଜନର କୋଭିଡ-୧୯ ପରିଚାଳନା ପାଇଁ ନିଯୁକ୍ତି ଦିଆଯାଇଛି । ସେହିପରି ୬ଜଣ ଓଏଏସ୍ ଅଫିସ୍ର ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାଏ, ଚିତ୍ତରଞ୍ଜନ ମହନ୍ତ, ଶୁଭେନ୍ଦୁ କୁମାର ସାମଲଙ୍କୁ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି । ସେମାନେ ଜିଲ୍ଲାପାଳଙ୍କୁ ଭେଟିବାପରେ କୋଭିଡ-୧୯ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ବୋଲି କୁହାଯାଇଛି ।