ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ୨ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । କରୋନା ଭୁତାଣୁକୁ ରୋକିବା ପାଇଁ ରାଜ୍ୟ ସରକାର ଗଞ୍ଜାମରେ ଏଭଳି ଘୋଷଣା କରିଥିବା ବେଳେ ଏହି ନିୟମକୁ ନମାନି କିଛି ଅସାଧୁ ବ୍ୟବସାୟୀ ଦୋକାନ ଖୋଲି ବ୍ୟବସାୟ କରୁଥିବା ଖବରପାଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ଓ ତାଙ୍କର ଟିମ୍ ଚଢ଼ାଉ କରିଥିଲେ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ, କରାପଲ୍ଳୀ, ଗୋପାଳପୁର ଏନ୍ଏସି ଅଞ୍ଚଳ ସହ ବ୍ରହ୍ମପୁର ଉପଖଣ୍ଡସ୍ତରର ପ୍ରାୟ ୫୭ଟି ଦୋକାନକୁ ସିଲ୍ କରାଯାଇଛି । ଏହାସହ ସେମାନେ ବେନିୟମ ଭାବେ ରଖିôଥିବା ଗୁଟୁଖା, ପାନ ମସଲା ଆଦି ବିପୁଳ ପରିମାଣର ଜବତ କରାଯାଇଥିବା ମଧ୍ୟ ଜଣାପଡିଛି ।
Related Stories
November 2, 2024