![](https://indokalingtimes.com/wp-content/uploads/2020/06/ikt.jpeg)
ଭୁବନ– ଢ଼େଙ୍କାନାଳ ଜିଲ୍ଲା ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଦୂରାବସ୍ଥା ସମ୍ପର୍କରେ ବାରମ୍ବାର ଖବରକାଗଜରେ ସଚିତ୍ର ବିସ୍ତୃତ ଖବର ପ୍ରକାଶ ପାଇବା ପରେ ଗତ ସପ୍ତାହରେ ଖାଲ ଗୁଡିକରେ ମେଂଟାଲ ଫିଲିଙ୍ଗ କରାଯାଇଥିବା ବେଳେ ଗତକାଲିଠାରୁ ଚିପ୍ସ, ବଜୁରୀ ଓ ପିଚୁରେ ରାସ୍ତା ମରାମତି କାମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନର ଜନଗହଳି ପୂର୍ଣ୍ଣ ଅଂଚଳ କାଳୀବଜାର ଠାରୁ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଭୁବନର ପ୍ରବେଶ ପଥ ଅନନ୍ତପୁର ଛକ ଠାରୁ କାଳୀବଜାର ଦେଇ ଭୁବନ ଥାନା ଛକ ୭ କି.ମି. ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଥିଲା ବେଳେ ପ୍ରଥମ ପର୍ଯ୍ୟାୟରେ କଲେଜ ଛକ ନିକଟସ୍ଥ ଗୌରାଙ୍ଗ ପେଟ୍ରୋଲ ପମ୍ପ ଠାରୁ ତହସିଲ ଅଫିସ/ସିଭିଲକୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ ବୋଲି ଠିକାଦାରଙ୍କ ସୂତ୍ରରୁ ଜଣାପଡିଛି । ମରଣଯନ୍ତା ପାଲଟିଥିବା ୫୩ ନମ୍ବର ଜାତୀୟ ରାଜପଥରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଏହା ଗଣମାଧ୍ୟମର ପ୍ରଭାବ ବୋଲି ଚର୍ଚ୍ଚା ହେବା ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉଚ୍ଚ ପ୍ରଶଂସା କରାଯାଉଛି ।