ଭୁବନେଶ୍ୱର – ରାଜ୍ୟରେ ଆଜି ପୁଣି ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ମୋଟ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୩୪ରେ ପହଂଚିଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଥିବା ବେଳେ ଗଞ୍ଜାମରୁ ୩ ଜଣ ଅଛନ୍ତି । ଗଞ୍ଜାମର ୩ ମୃତକଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ ୩୫ ବର୍ଷ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରର ଦୁଇ ମୃତକଙ୍କ ବୟସ ୫୧ ଓ ୬୪ ବର୍ଷ । ଏମାନେ ସମସ୍ତେ ପୁରୁଷ ବୋଲି ସୂଚନା ଦିଆ ଯାଇଛି ।
ଗଂଜାମ ଜିଲ୍ଲାରେ ତିନି ଜଣଙ୍କର ମୃତ୍ୟୁ ହେବା ପରେ ଜିଲ୍ଲାରେ କରୋନାଜନିତ ମୃତକଙ୍କ ସଂଖ୍ୟା୨୦କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭ରେ ପହଂଚିଥିବା ବେଳେ କଟକରୁ ୪, ଅନୁଗୁଳ, ବରଗଡ଼ ଓ ପୁରୀରୁ ଜଣେ ଲେଖାଏଁ ମୃତକ ଅଛନ୍ତି ।