ମାଲକାନଗିରି-ମାଲକାନଗିରି ଜିଲ୍ଲାରେ ଆଜି ୫ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ତଥ୍ୟ ଆସିଲା ପରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି !ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ଚିହ୍ନଟ ୫ ଜଣଙ୍କ ମଧ୍ଯରେ ପଡିଆ ବ୍ଲକ୍ କଲୋନୀ ସଂଗରୋଧ କେନ୍ଦ୍ରରୁ ୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ନୂଆ ଦିଲ୍ଲୀ ଫେରନ୍ତା | ସେହିପରି ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋଟିଗୁଡା ଗ୍ରାମରୁ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲକ୍ଷଣ ପ୍ରକାଶ ପାଇବାରୁ ସ୍ବାବ ପରୀକ୍ଷଣ କରାଯାଇଥିଲା | ତେବେ ସେହି ଆକ୍ରାନ୍ତ ବ୍ଯକ୍ତିର ଭ୍ରମଣ କାହାଣୀ ପ୍ରଶାସନର ହସ୍ତଗତ ହୋଇ ପାରି ନାହିଁ | ଅ ମାଲକାନଗିରି ପୌରପରିଷଦରେ ଆଉ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ତଥ୍ଯ ଆସିଛି | ତେବେ ବ୍ୟକ୍ତି ଜଣଙ୍କ ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ଯା ୧୧୧ରେ ପହଞ୍ଚିବା ବେଳେ ୫୮ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ୫୩ ଜଣ କରୋନା ସଂକ୍ରମଣ ବ୍ୟକ୍ତି ଆରୋଗ୍ୟ ହୋଇ ଫେରିଛନ୍ତି | ବର୍ତ୍ତମାନ ମାଲକାନଗିରି ପୌରପରିଷଦ ରେ ଲୋକାଲ କେସ ବାହାରୁଥିବାରୁ ଆସନ୍ତା ୫ ତାରଖ ମଧ୍ୟ ରାତ୍ର ଯାଏ ସଟ୍ ଡାଉନ୍ କରାଯାଇଛି | ସଂପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିଛି |
Related Stories
February 6, 2025
February 6, 2025