![](https://indokalingtimes.com/wp-content/uploads/2020/06/ikt.jpeg)
ଭୁବନେଶ୍ୱର – ଆସନ୍ତା ୬ ତାରିଖରୁ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ । ଏଏସଆଇ ଅଧୀନସ୍ଥ ଏହି କିର୍ତିରାଜି ଖୋଲିବାକୁ ନିଷ୍ପତି ନିଆଯାଇଛି । ସେହିପରି ରାଜାରାଣୀ ମନ୍ଦିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଓ ଧଉଳି ଅଶୋକ ଶିଳାଲେଖ ମଧ୍ୟ ଖୋଲିବାକୁ ନିଷ୍ପତି ନିଆଯାଇଛି ।
କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଦର୍ଶନୀୟ ସ୍ଥାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା । ତେବେ ୬ ତାରିଖରୁ ଏହି ଦର୍ଶନୀୟ ସ୍ଥାନ ଗୁଡ଼ିକୁ ଖୋଲିବାକୁ ଏଏସଆଇ ନିଷ୍ପତି ନେଇଛି ।
ଅନ୍ୟପକ୍ଷରେ ଏଏସଆଇରେ ଆସୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ବର୍ତମାନ ପାଇଁ ଖୋଲିବ ନାହିଁ । କରୋନା ପାଇଁ ପୁରୀ ଜିଲ୍ଲାରେ କଟକଣା ଜାରି ହୋଇଥିବାରୁ କୋଣାର୍କ ମନ୍ଦିର ନଖୋଲିବାକୁ ସ୍ଥିର କରାଯାଯାଇଛି ।