ଭୁବନେଶ୍ୱର – ସାଧାରଣ ଅଭିଯୋଗଗୁଡ଼ିକର ସମାଧାନ ଓ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଆଗାମୀ ଜୁଲାଇ ୬ ତାରିଖରୁ ଓଡ଼ିଶା ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟା ପ୍ରଚଳିତ ହେଉଛି । ଏହି ଉଦ୍ଦେଶ୍ୟରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ୱେବ୍ ପୋର୍ଟାଲ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ମଜ୍ଞଶମକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ) ବିକଶିତ କରାଯାଇଛି ।
ଏହା ମାଧ୍ୟମରେ ଅଭିଯୋଗକାରୀ ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ନିଜ ଅଭିଯୋଗ ଅପ୍ଲୋଡ଼୍ କରିପାରିବେ । ଏହା ପ୍ରାପ୍ତ ହେଲା ପରେ ସଂପୃକ୍ତ ବିଭାଗକୁ ତାର ଫଏସଲା ନିମନ୍ତେ ଯଥାସମ୍ଭବ ତୁରନ୍ତ ପଦକ୍ଷେପ ନେବାକୁ ପଠାଇଦିଆଯିବ । ୱେବ୍ ପୋର୍ଟାଲରେ ଅଭିଯୋଗ ଅପ୍ଲୋଡ଼୍ ହେଲା ମାତ୍ରେ ଅଭିଯୋଗକାରୀ ନିଜ ଫୋନ୍ ନମ୍ବରରେ ପଂଜୀକରଣ ସଂଖ୍ୟା ସହ ଏକ ମେସେଜ୍ ପାଇବେ । ଏହି ପଂଜୀକରଣ ସଂଖ୍ୟାକୁ ପରବର୍ତୀ ସମୟରେ ଅଭିଯୋଗକାରୀ ନିଜ ଅଭିଯୋଗର ସ୍ଥିତି ସଂପର୍କରେ ଜାଣିବାକୁ ବ୍ୟବହାର କରିପାରିବେ । ଏହି ଅନ୍ଲାଇନ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ଲକ୍ଷ୍ୟ ସମୟର ସଠିକ ଉପଯୋଗ ସହ ଶୀଘ୍ର ଅଭିଯୋଗ ଫଏସଲା ପାଇଁ ଅଭିପ୍ରେତ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି ।