ଗଞ୍ଜାମ– ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଯୁବକ ମାନଙ୍କ ଏକ ପ୍ରୟାସ ସହର ଓ ଜିଲ୍ଲା ପାଇଁ ଏବେ ଗର୍ବ ଗୌରବ ଆଣିଦେଇଛି । ନୃତ୍ୟମ ଅନୁଷ୍ଠାନର ମୁଖ୍ୟ କୃଷ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶନାରେ ଲକ୍ ଡାଉନ୍ ସଚେତନତା ବାର୍ତ୍ତା ବହନ କରିଥିବା କ୍ଷୁଦ୍ର କଳାତ୍ମକ ଚଳଚ୍ଚିତ୍ର “ଅଭିଳାଷ” ବେଙ୍ଗଲ ଲକ୍ ଡାଉନ୍ ନ୍ୟାସନାଲ ଅନ୍ ଲାଇନ୍ ଫିଲ୍ମ ଫେଷ୍ଟିଭାଲରେ ଜାତୀୟ ସ୍ତରରେ ବେଷ୍ଟ୍ ଫିଲ୍ମ ଆୱାର୍ଡ଼ ପାଇଛି। ଏହି ଚଳଚ୍ଚିତ୍ରଟି ହିଞ୍ଜିଳିକାଟୁ ଓ ତାହାର ଆଖପାଖ ଅଞ୍ଚଳରେ ନିର୍ମାଣ ହୋଇଛି । ହିଞ୍ଜିଳିକାଟୁର ଏକ ନୂତନ ପରିଚୟ ଜାତୀୟ ସ୍ତରରେ ସୃଷ୍ଟି ହୋଇଛି । ଭାରତର କୋଣ ଅନୁକୋଣରୁ ବହୁ ଚଳଚ୍ଚିତ୍ରକୁ ପଛରେ ପକାଇ ହିଞ୍ଜିଳିକାଟୁର “ଅଭିଳାଷ” ଚଳଚିତ୍ର ଟି ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି । ନୃତ୍ୟମ ଅନୁଷ୍ଠାନର ଛାତ୍ର ଟି ଶିବାଜୀ ଦାସଙ୍କ ନିଖୁଣ ଅଭିନୟ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ବିବେଚିତ ହୋଇଛି । ସହକାରୀ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ, କ୍ୟାମେରାମେନ – ଟି ଶ୍ରୀନିବାସ ଦାସ,”ଚଳଚିତ୍ର କଥାକାର”- ସୁମନ୍ ଦାସ, ଗୋପାଳ ମହାନ୍ତି , ରବୀନ୍ଦ୍ର ସାହୁ , ପ୍ରଭାତ ମହାରଣା, ସୋମନାଥ ବେହେରା ଚଳଚିତ୍ରର ବିଭିନ୍ନ ବିଭାଗକୁ ସମ୍ଭାଳି ଥିଲେ ।
ଚିମାନ ସାହୁ, କେଶବ ମହାରଣା ପ୍ରମୁଖ ଚଳଚ୍ଚିତ୍ରର ନିର୍ମାଣରେ ବହୁ ସହଯୋଗ କରିଥିଲେ। ପ୍ରଥମ ଥର ପାଇଁ ହିଞ୍ଜିଳିକାଟୁ ମାଟିର ଏକ ଚଳଚ୍ଚିତ୍ର ଜାତୀୟ ସ୍ତର ରେ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଥିବାରୁ ପ୍ରଶଂସକ ମହଲ ଓ ବୁଦ୍ଧିଜୀବୀ ମାନଙ୍କ ତରଫରୁ ଅନେକ ଶୁଭେଚ୍ଛା ମିଳିଛି ।