ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୪୭ କୁ ବୃଦ୍ଧି ପାଇଛି ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ସେମାନଙ୍କର ବୟସ ଯଥାକ୍ରମେ ୨୭ ବର୍ଷରୁ ୬୦ ବର୍ଷ ମଧ୍ୟରେ । ତନ୍ମଧ୍ୟରୁ ପାରଳାଖେମୁଣ୍ଡି ମ୍ୟୁନିସିପାଲଟିରୁ ଜଣେ, ଜଣେ ଗୋଷାଣୀ ବ୍ଲକ୍, ୨ ଜଣ ମୋହନା ବ୍ଲକ୍ ଏବଂ ଅନ୍ୟ ଦୁଇ ଜଣ କୋଭିଡ଼୍ ଯୋଦ୍ଧା ରହିଛନ୍ତି । ୪ ଜଣ ଘରକୁ ଘର ବୁଲି ସର୍ଭେଲାନ୍ସ ବେଳେ ମେଡିକାଲ ଟିମ୍ ଦ୍ୱାରା ଚିହ୍ନଟ ହୋଇଛନ୍ତି । ଅନ୍ୟ ଦୁଇ ଜଣ କୋଭିଡ଼୍ ଯୋଦ୍ଧା ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ପରେ ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଗତ ଜୁନ୍ ୩୦ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ସମସ୍ତଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର ସେଂଟରକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ । ଇତିମଧ୍ୟରେ ଜିଲ୍ଲାରେ ୨୭୭ ଜଣ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । କରୋନାଜନିତ ସକ୍ରିୟ ମାମଲା ସଂଖ୍ୟା ୧୭୦ ରହିଛି ।