କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,କରୋନା ଭାଇରସ ର ବିସ୍ତାର ଉପରେ ନିୟନ୍ତ୍ରଣ ପାଇବା ପାଇଁ ପୁରୀଜିଲ୍ଲାରେ ଲାଗୁହେବ ସାପ୍ତାହିକ ସଟଡାଉନ |ଏହି ନିୟମ ଆଗାମୀ ସପ୍ତାହରୁ ଲାଗୁ କରାଯିବ|କାରଣ ବାହୁଡ଼ାଯାତ୍ରାକୁ ନେଇ ଆଗରୁ କିଛି ଦିନ ପର୍ଯ୍ୟନ୍ତ ପୁରୀରେ ସଟଡାଉନ ଥିଲା |ସେଥିପାଇଁ ଆଜି (ଶନିବାର ) ଏବଂ ଆସନ୍ତା କାଲି (ରବିବାର)ସଟଡାଉନ କୋହଳ କରାଯାଇଛି କାରଣ ଲୋକଙ୍କ ସାଧାରଣ ଜୀବନ ଓ ଜୀବିକା ଉପରେ କୌଣସି ପ୍ରଭାବ ପଡିବ ନାହିଁ | ଜିଲ୍ଲାପାଳ ବଲୱନ୍ତ ସିଂ ଏହି ସୂଚନା ଦେଇଛନ୍ତି |ସେ କହିଛନ୍ତି ପୁରୀରେ କରୋନାରେ ସଂକ୍ରମିତ ବ୍ୟକ୍ତି ମଧ୍ୟ ମିଳୁଛନ୍ତି | ସେଥିପାଇଁ ପୁରୀଜିଲ୍ଲା ରେ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଓ ଶନିବାର ସଟଡାଉନ କରାଯିବା ସହିତ ମାସ୍କ ନ ପିନ୍ଧିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଫାଇନ କଟାଯିବ ଏବଂ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ |ଏହି ନିୟମକୁ କଡାକଡି ଲାଗୁକରିବା ପାଇଁ ଜିଲ୍ଲାରେ ପାଞ୍ଚୋଟି ଟିମ ଗଠନ କରାଯାଇଛି |ସେଥିପାଇଁ ଘରୁ ବାହାରିବା ମାତ୍ରେ ନିଶ୍ଚିନ୍ତ ମାସ୍କ ପିନ୍ଧନ୍ତୁ |ସେ କହିଛନ୍ତି ହସ୍ପିଟାଲ ମାନଙ୍କରେ କରୋନା ସଂକ୍ରମଣ ବହୁତ ଜଲଦି ବଢ଼ିବାରେ ଲାଗିଛି ସେଥିପାଇଁ ପୁରୀଜିଲ୍ଲାରେ ଟେଲିମେଡ଼ିସିନ ର ବ୍ୟବସ୍ଥା କରାଯାଇଛି | ଜିଲ୍ଲାପାଳ କହିଛନ୍ତି କୌଣସି ମାମୁଲି ରୋଗୀପାଇଁ ଏହାର ସହାୟତା ନେଇପାରିବେ |ଅଯଥାରେ ଜିଲ୍ଲା ହସ୍ପିଟାଲରେ ଭିଡ କରିବା ପରିବର୍ତ୍ତେ ଛୋଟ ଛୋଟ ହସ୍ପିଟାଲରେ ଚିକିତ୍ସା କରି ନେବା ଉଚିତ |
କରୋନାର ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ସହାୟତା ବିଶେଷ କରି ବ୍ୟବସାୟୀ ମାନଙ୍କ ସହିତ ମିଟିଙ୍ଗ କରାଯିବ |ସେ କହିଛନ୍ତି ଜିଲ୍ଲାର ୩୨ ୱାର୍ଡ ର ସବୁ ଘର ପର୍ଯ୍ୟନ୍ତ ସମ୍ପର୍କ ବନାଇବା ପାଇଁ ପ୍ରତି ୱାର୍ଡରେ ଟିମ ଗଠନ କରାଯିବ |ସେ କହିଛନ୍ତି ମେଡିକାଲ ଟିମ ଘରକୁ ଘର ଯିବ ଲୋକମାନେ ସେମାନଙ୍କୁ ସହଯୋଗ କରିବାପାଇଁ କହିଛନ୍ତି |ଏ ସବୁ ମାମଲାରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରେ କୋହଳ କରାଯିବ ନାହିଁ |ଜିଲ୍ଲାପାଳ କହିଛନ୍ତି ଯେ ଯେଉଁଭଳି ରଥଯାତ୍ରାରେ ସମସ୍ତ ଜନତା ସହଯୋଗ କରିଥିଲେ ସେହିଭଳି କରୋନାର ମୁକାବିଲା କରିବାକୁ ସମସ୍ତ ଜନତା ସହଯୋଗ କରିବେ ବୋଲି ତାଙ୍କର ବିଶ୍ୱାସ ଅଛି ବୋଲି କହିଥିଲେ |