ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହି କ୍ରମରେ ୬ ଦିନରେ ୧୨୦ଟି ମନୋନୀତ କଳାକୃତି ପ୍ରଦର୍ଶିତ ହୋଇଥିଲା। ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଭାରତର ବହୁ ଅଭିଜ୍ଞ ଚିତ୍ରଶିଳ୍ପୀଙ୍କୁ ନେଇ କଳା ସମ୍ପର୍କିତ ଆଲୋଚନା ଚକ୍ର ଅନଷ୍ଠିତ କରାଯାଇଥିଲା। ଉଦଘାଟନୀ ଉତ୍ସବରେ କବି ଓ ଚିତ୍ରକର ଅମିତ୍ କଳା ଏବଂ ଶିଳ୍ପୀ ପ୍ରଦୋଷ ସ୍ୱାଇଁ ନିଜର ବକ୍ତବ୍ୟ ରଖିଥଲେ। ଦ୍ଵିତୀୟ ଦିନରେ କେରଳର ଶିଳ୍ପୀ ୟକସର୍ଗଡ ମୁଦ୍ରଣ କଳା ବିଷୟରେ ବିଭିନ୍ନ ଶୈଳୀ ଏବଂ ପ୍ରୟୋଗ ଓ ତାର ଭବିଷ୍ୟତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ତୃତୀୟ ଦିନରେ ଧଉଳି ଆର୍ଟ କଲେଜର ଅଧ୍ୟକ୍ଷ ପଞ୍ଚାନନ ସାମଲ ଦୃଶ୍ୟକଳାର ସୌନ୍ଦର୍ଯ୍ୟ ତତ୍ତ୍ଵ ଓ ପ୍ରାସଙ୍ଗିକତା ବିଷୟରେ ଆଲୋଚନା କରିଥିଲେ।ଶେଷରେ ଏକ ସୁନ୍ଦର ଚିତ୍ରରେ ସତ୍ୟମ, ଶିବମ ଓ ସୁନ୍ଦରମର ପ୍ରାଧାନ୍ୟ ଉପରେ ଗୁରୁତ୍ୱ ଦେଇଥିଲେ। ୪ର୍ଥ ଦିନରେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସଙ୍କ ଚିତ୍ର ଉପରେ ଆଲୋଚନା କରା ଯାଇଥିଲା। ଚିତ୍ରରେ ତାଙ୍କର କ୍ରମ ପରିବର୍ତ୍ତନ ଓ ବର୍ତ୍ତମାନ ତାଙ୍କ ଚିତ୍ରରେ ଭଗବାନ ଶ୍ରୀକୃଷ୍ଣ କିପରି ସବୁଠାରେ ବିଦ୍ୟମାନ ତାହା ଦର୍ଶାଇଥିଲେ। ୫ମ ଦିନରେ କର୍ଣ୍ଣାଟକର ଶିଳ୍ପୀ, ବର୍ତ୍ତମାନ ଗୁଲବେରଗା ୟୁନିଭେର୍ସିଟିର ପ୍ରଫେସର୍ ଡକ୍ଟର ସହିଦ ହୁସେନ ପସା ଷ୍ଟୁଡ଼ିଓ ମିଟ୍ କାର୍ଯ୍ୟକ୍ରମରେ ଆର୍ଟ ଷ୍ଟୁଡ଼ିଓ କିପରି ହେବା ଦରକାର ସେ ନିଜ ଷ୍ଟୁଡ଼ିଓକୁ ଅନଲାଇନରେ ଦେଖାଇଥିଲେ।
ଶେଷଦିନରେ ଉଦଯାପନୀ ସଭାରେ ଇଫାକ୍ ର ସଭାପତି ପ୍ରଦୀପ୍ତ କିଶୋର ଦାସ ଆର୍ଟିଷ୍ଟ ମିଟ୍ ମାଧ୍ୟମରେ ସେ କାନଭାସ୍ ଉପରେ ରଙ୍ଗର ଖେଳ ଭିତରୁ ସମାଜକୁ ଦେଇଛନ୍ତି ନୂଆ ଦିଗଦର୍ଶନ। ତାଙ୍କର ପ୍ରତିଟି ଚିତ୍ରରେ ମଣିଷର ଚିନ୍ତା ଓ ଚେତନା ଏବଂ ସାମାଜିକ ବାର୍ତ୍ତା ବହନ କରିଥିବାର ଦେଖା ଯାଇଛି।
ଏହି ଗୁଗୁଲ୍ ମିଟ୍ ରେ ଓଡିଶା, ଛତିଶଗଡ, ଦିଲ୍ଲୀ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକର ବହୁଶିଳ୍ପୀ ଆଲୋଚନାରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ଟିକମ ଖଣ୍ଡପ୍ପା, ଏକତା କପୁର, ନୀରଜା, ବାଲସୁବ୍ରମଣ୍ୟମ, ଆର୍ଯ୍ୟପ୍ରଜ୍ଞା, ଦିଲୀପ ମଲିକ, ପବିତ୍ର ଦତ୍ତ, କିଶୋର ନାୟକ, ସ୍ଵାତୀ, ନୃସିଂହ ଚରଣ ଓଝା, କାମିନୀକାନ୍ତ ସ୍ୱାଇଁ ପ୍ରଭୃତି ବହୁ ନୂତନ ଏବଂ ଅଭିଜ୍ଞ ଶିଳ୍ପୀମାନେ ଆଲୋଚନାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ଇଫାକ୍ ସମ୍ପାଦକ ମନୋଜ କୁମାର ସଂଢ ସୁଚାରୁରୂପେ ପରିଚାଳନା କରିଥିଲେ।
ଶେଷରେ ଇଫାକ୍ ର ସଭ୍ୟ କେଶବ ବର୍ଣ୍ଣଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।