-
ଗ୍ରାମରେ ଉତେଜନା ଜାରୀ, ୧ ପ୍ଲାଟୁନ ଫୋର୍ସ ମୃତୟନ ।
REPORT- SHIVRAM CHOUDHERY
ଖଲ୍ଲିକୋଟ : ସାରା ରାଜ୍ୟରେ ଲକ ଡାଉନ ଯୋଗୁଁ ଦେଶୀ ଓ ବିଦେଶୀ ମଦ ଭାଟି ସିଲ କରାଯାଇ ମଦ ବିକ୍ରୀ ବନ୍ଦ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ଥାନା ର ପଥରା ପଂଚାୟତ ରେ ଲକ ଡାଉନ ଆଇନ କୁ ଖାତିରି ନ କରି ସେହି ଗ୍ରାମର ଜଣେ ବେଆଇନ ମଦ ବ୍ୟବସାୟୀ ଅବାଧ ବେଆଇନ ମଦ ବ୍ୟବସାୟ ରେ ମତିଥିଲେ । ତେବେ ପଥରା ପଂଚାୟତ ରେ ବହୁ ଗରିବ ମତ୍ସ୍ୟଜୀବୀ ଥିବା ବେଳେ ଏଠାରେ ବେଆଇନ ଦେଶୀ ମଦ କାରବାର କୁ ରୋକିବା ପାଇଁ ଜନସାଧାରଣ ଙ୍କ ତରଫରୁ ସ୍ଥାନୀୟ ପୋଲିସ ଅଧିକାରୀ, ତହସିଲଦାର, ଓ BDO ଙ୍କ ନିକଟରେ ବାରମ୍ବାର ଫେରାଦ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଫଳରେ ମଦ ବିକ୍ରି କୁ ନେଇ ପଥରା ଗ୍ରାମର ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ମୁହାଁ ମୁଁହି ପରିସ୍ଥିତି ସୃଷ୍ଟି ହେବା ସହ ଉତେଜନା ଲାଗିରହିଥିଲା ।
ତେବେ ଗତ କାଲି ଗ୍ରାମରେ ଅବାଧ ମଦ ବିକ୍ରି କୁ ନେଇ ଗ୍ରାମର କିଛି ଯୁବକ ପଥରା ଜଗନ୍ନାଥ ମନ୍ଦିର ପରିସରରେ ଏକତ୍ରୀତ ହୋଇ ଆଲୋଚନା କରିଥିଲେ ।ପୁନର୍ବାର ଗତକାଲି ସନ୍ଧ୍ୟାରେ ଗ୍ରାମର ଯୁବକ ମାନେ ସେହି ମନ୍ଦିର ରେ କିଛ ସମୟ ବସି ଆଲୋଚନା କରିବା ପରେ ପଥରା ହରିହର ଦେଵ ହାଇସ୍କୁଲ ଛକରେ ସେହି ଯୁବକମାନେ ବସିରହିଥିବାବେଳେ କିଛି ଅସାମାଜିକ ଲୋକ ହାତରେ ଖଣ୍ଡା, ଭୁଜାଲି , ଛୁରୀ ,କନ୍ତ ପ୍ରଭୃତି ମାରଣାସ୍ତ୍ର ସହଯୋଗ ଅତର୍କିତ ଭାବେ ଆକ୍ରମଣ କରିବା ଫଳରେ ପିଣ୍ଟୁ ଦାସ ନାମକ ଜଣେ 30 ବର୍ଷୀୟ ଯୁବକ ସେମାନଙ୍କ ମରଣତଙ୍କ ଆକ୍ରମଣ ରେ ଘଟଣାସ୍ଥଳରେ ଟଳି ପଡ଼ି ମୃତ୍ୟୁ ବରଣ କରିଥିବାବେଳେ ସେହି ଗ୍ରାମର ରାଜେଶ ଭାଙ୍ଗ ( ରଞ୍ଜନ ଦାଶ ) 38 ବର୍ଷ ଯୁବକ ଆକ୍ରମଣ ରେ ମୁଣ୍ଡରେ ଶକ୍ତ ଆଘାତ ଲାଗି ମୁଣ୍ଡର ଦହି ବାହାରି ପଡିଥିବାବେଳେ ଗୁରୁତର ହୋଇ ତାକୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ Berhampur ଓ ପରେ cuttack ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ସେହିପରି ଧ୍ରୁବ ଟହଲ (32 ବର୍ଷ ) ଙ୍କ ତଣ୍ଟି ରେ ମାରଣାସ୍ତ୍ର ବାଜି ଗୁରୁତର ହୋଇଥିବା ଆହତଙ୍କ ସମେତ ପ୍ରତାପ ପଲେଇ (28) ତୋଫାନ ପଲେଇ (22) ସୁମନ ଶୁବୁଧି ( 32 ) ଉଲ୍ଲାସ ପଲେଇ (20 ) ସଞ୍ଜୟ ଶୁବୁଧି (38 ) ଓ ନାରାୟଣ ଶୁବୁଦ୍ଧି (41 ) ପ୍ରମୁଖ ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସିତ ପରେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବେଳେ ଗ୍ରାମରେ ଲାଗିରହିଥିବା ଉତେଜନାକୁ ଆଖିଆଗରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ଥିବା ଜଣା ପଡ଼ିଛି । ଖଲ୍ଲିକୋଟ ଆଇ ଆଇ ସି ସତ୍ୟରଞ୍ଜନ ପ୍ରଧାନ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ସମେତ ଛତ୍ରପୁର SDPO ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି । ମଦ ବ୍ୟବସାୟକୁ କେନ୍ଦ୍ର କରି ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିଥିବାବେଳେ ଗତ କିଛିଦିନ ତଳେ ଖଲ୍ଲିକୋଟ NAC ଅନ୍ତର୍ଗତ ଫାସୁଳା ଗ୍ରାମରେ ମଦ ବିରୋଧୀ ଆନ୍ଦୋଳନ କରି ରାସ୍ତା ରୋକ କରିଥିଲେ । ସେହିପରି ଖଲ୍ଲିକୋଟ ଥାନା ଅଧିନସ୍ଥ ରାମଚନ୍ଦ୍ରପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ହୋଇଥିବା ବେଳେ ୯ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ଏହି ଥାନା ଅନ୍ତର୍ଗତ ବାକୁଟୁ ଗାଁ ଗୋଷ୍ଠି ସଂଘର୍ଷ ଘଟଣାରେ ୬ଜଣ ଆହତ ହୋଇଥିବା ବେଳେ ଘଟଣା ସହିତ ସଂପୃକ୍ତ ଅସମୀମାନେ ।ଗିରଫ ହୋଇନଥିବା ଜଣା ପଡ଼ିଛି । ତେବେ ଗତ ୧୫ଦିନ ମଧ୍ୟରେ ୩ଗୋଟି ଗୋଷ୍ଠୀ ସଂଘର୍ଷ ମାମଲା ଘଟିବା ପୋଲିସ ଆଖିରୁ ନିଦ ହାଯାଇବାସହ ଲକ ଡାଉନ ସମୟରେ ବାରମ୍ବାର ଗୋଷ୍ଠୀ ସଂଘର୍ଷ ମାମଲା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପଥରା ଗ୍ରାମର ପରିସ୍ଥିତି କୁ ନେଇ ପୋଲିସ ତୀକ୍ଷ୍ଣ ନଜର ରଖିବା ସହ ଘଟଣା ସହ ସମ୍ପୃକ ଆସମୀମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରିରଖିଥିବା ପ୍ରକାଶ ।