-
ଦେବୀ ସୁଭଦ୍ରାଙ୍କ ହାଣ୍ଡି ଭାଙ୍ଗିବା ପୂର୍ବରୁ ସେବକମାନେ ଲୁଟି ନେଇଥିଲେ ଅଧରପଣା
ଏହାପରେ ତିନି ଭଗବାନଙ୍କ ପାଖରେ ତିନୋଟି ଲେଖାଏଁ ହାଣ୍ଡି ରଖିବାପରେ ସେଥିରେ ପଣା ଭରି ଦେଇଥିଲେ |ଏହାପରେ ପୂଜାପଣ୍ଡା ସେବକ ପୂଜା କରିବା ପୂର୍ବରୁ ବଳଭଦ୍ର ମହାପ୍ରଭୁଙ୍କ ସାମ୍ନାରେ ଥିବା ମଝି ହାଣ୍ଡିଟି ପଣା ସହିତ ଭାଙ୍ଗିଗଲା ବଳଭଦ୍ର ମହାପ୍ରଭୁଙ୍କୁ କେବଳ ଦୁଇଟି ହାଣ୍ଡି ଭୋଗ କରାଗଲା |ଅନ୍ୟ ଭଗବାନ ମାନଙ୍କୁ ତିନୋଟି ଲେଖାଏଁ ଭୋଗ ହାଣ୍ଡି ଭୋଗ କରାଗଲା |ପରମ୍ପରା ଅନୁସାରେ ଏହି ପଣାକୁ ରଥଉପରେ ହିଁ ଭଙ୍ଗାଯାଏ କିନ୍ତୁ କିଛି ସେବକ ହାଣ୍ଡି ଭିତରୁ ପଣା ସୁଭଦ୍ରା ମାଙ୍କ ରଥଉପରେ ଲୁଟିନେଲେ ଏହା ଉଚିତ ନୁହେଁ |ହାଣ୍ଡି ଭାଙ୍ଗିବା ଏବଂ ସେବାୟତ ମାନେ ଲୁଟିନେବା ଦୁଇଟି ଯାକ ଅଶୁଭ ବୋଲି କୁହାଯାଏ କାରଣ ଅଶରୀର ପାର୍ଶ୍ୱ ଦେବଦେବୀ, ଚଣ୍ଡୀ ଚାମୁଣ୍ଡା ଏହି ପଣା ପାଇଁ ଅପେକ୍ଷା କରିଥାନ୍ତି |ଏମାନଙ୍କୁ ପଣା ପ୍ରାପ୍ତି ହେବାପରେ ମହାପ୍ରଭୁ ନୀଳାଦ୍ରୀ ବିଜେ ପ୍ରକ୍ରିୟାରେ ରତ୍ନ ସିଂହାସନ କୁ ବିଜେ କରନ୍ତି |କାରଣ ରଥ ସହିତ ଏହି ଦେବଦେବୀ ଚଣ୍ଡୀ ଚାମୁଣ୍ଡା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଆନ୍ତି ଏବଂ ରଥ ସହିତ ଫେରନ୍ତି |ଏମାନଙ୍କୁ ଶାନ୍ତି କରିଲେ ପୁରା ବିଶ୍ୱ ଶାନ୍ତି ରୁହେ |କିନ୍ତୁ କିଛି ସେବକ ସୁଭଦ୍ରା ମାଙ୍କ ପଣା ଲୁଟ କରି ନେଇଯିବାର ଦେଖିବାକୁ ମିଳିଛି |ପ୍ରଶାସନ ତରଫରୁ ସିସିଟିଭି କ୍ୟାମେରା ଏବଂ ଟିଭି କ୍ୟାମେରା ରେ ରେକର୍ଡ ହୋଇ ରହିଛି |
ପୁରୀଧାମରେ ଏଭଳି ଅଜବ -ଗଜବ ଲୀଳା ସବୁ ଚାଲିଛି |ନୀଳଚକ୍ର ଉପରେ ବାରମ୍ବାର ଚିଲ ବସିବା, ପତିତପାବନ ବନାରେ ନିଆଁ ଲାଗିବା , ରଥଯାତ୍ରା ଆୟୋଜନ ହେବା ଉପରେ ବିବାଦ ହେଵା, ତାଳଦ୍ୱାଜ ରଥରୁ ମହାପ୍ରଭୁ ବଳଭଦ୍ରଙ୍କ ବରିଷ୍ଠ ସେବାୟତ ଖସିପଡିବା ପରେ ଗତକାଲି ଅଧରପଣା ନୀତିରେ ମଧ୍ୟ ବିଘ୍ନ ଘଟିଛି |ଏହି ନୀତି ସମ୍ପୂର୍ଣ୍ଣ ହେବାପୂର୍ବରୁ ବଳଭଦ୍ର ମହାପ୍ରଭୁଙ୍କ ଏକ ହାଣ୍ଡି ଭାଙ୍ଗିଲା ଏବଂ ଦେବୀ ସୁଭଦ୍ରାଙ୍କ ରଥ ଉପରେ କିଛି ସେବାୟତ ପଣାକୁ ଲୁଟି ନେଲେ | ପ୍ରଥମେ ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ହେବା ଉପରେ ରୋକ ଲଗାଇଥିଲେ ଏବଂ ଶ୍ରଦ୍ଧାଳୁ ମାନଙ୍କ ଅନୁରୋଧ କ୍ରମେ ବିନା ଭକ୍ତରେ ଏହି ରଥଯାତ୍ରା କରିବା ପାଇଁ ରିପୀଟିସନ ଦାଖଲ କରାଯାଇଥିଲା|ଶେଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ମିଳିଥିଲା |ଏଭଳି ପରିସ୍ଥିତିରେ ପଣା ଲୁଟିନେବା ଘଟଣାକୁ ସ୍ୱୀକାର କରା ଯିବନହିଁ |ଏଭଳି ପରମ୍ପରାକୁ ଭାଙ୍ଗିବା ପ୍ରୟାସ କରିଥିବା ସେବାୟତ ମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବୀ କରାଯାଇଛି |ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁସାରେ ଆଜି ଚତୁର୍ଧାମୂର୍ତ୍ତି ଙ୍କର ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେଵ |