
ବାଲେଶ୍ଵର, ୩/୭: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଇଷ୍ଟର୍ଣ୍ଣ ଫାଉଣ୍ଡେସନ୍ ଅଫ୍ ଆର୍ଟ ଆଣ୍ଡ୍ କଲଚର୍ ତରଫରୁ ୨୮ଜୁନରୁ ଆରମ୍ଭ ହୋଇଥିବା ଜାତୀୟ କଳା ଉତ୍ସବ ଆଜି ୩ ଜୁଲାଇ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏହି ୬ ଦିନିଆ ଉତ୍ସବରେ ଗୁଗୁଲ ମିଟ୍ ପ୍ଲାଟଫର୍ମରେ ପ୍ରତ୍ୟକ ଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।ଏହି ୬ଦିନରେ ୧୨୦ଟି ମନୋନୀତ କଳାକୃତି ପ୍ରଦର୍ଶିତକରାଯାଇଥିଲା I ପ୍ରତ୍ୟକ ଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଭାରତ ରେ ବହୁ ଅଭିଜ୍ଞ ଶିଳ୍ପୀ ମାନଙ୍କୁ ନେଇକଳା ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇଛି I ଉଦ୍ଘାଟନୀ ଉତ୍ସବ ରେ କବି ଓ ଚିତ୍ରକାର ଅମିତକଳା ଏବଂ ଶିଳ୍ପୀ ପ୍ରଦୋଷ ସ୍ୱାଇଁ ନିଜର ବକ୍ତବ୍ୟରଖିଥିଲେ I ଦ୍ୱିତୀୟ ଦିନରେ କେରଳ ର ଶିଳ୍ପୀୟତ୍ହୀଶ କାସରଗଡ଼ ମୁଦ୍ରଣ କଳା ବିଷୟରେ ବିଭିନ୍ନ ଶୈଳୀ ଏବଂ ପ୍ରୟୋଗ ଓ ତାର ଭବିଷ୍ୟତବିଷୟରେ ବିସ୍ତୃତ ଆଲୋଚନା କରିଥିଲେ I ତାଙ୍କଚିତ୍ରକଳା ଓ ଶାନ୍ତିନିକେତନ ର ଅନୁଭୂତି କୁବର୍ଣନା କରିଥିଲେ I ତୃତୀୟ ଦିନରେ ଧଉଳିଆର୍ଟ କଲେଜ ର ଅଧକ୍ଷ ଶ୍ରୀଯୁକ୍ତ ପଞ୍ଚାନନ ସାମଲଦୃଶ୍ୟ କଳା ର ସୌନ୍ଦର୍ୟ ତତ୍ୱ ଓ ପ୍ରାସଙ୍ଗିକତାବିଷୟରେ ଆଲୋଚନା କରିଥିଲେ I ଶେଷରେଏକ ସୁନ୍ଦର ଚିତ୍ର ରେ ସତ୍ୟମ,ଶିବମ ଓ ସୁନ୍ଦରମର ପ୍ରାଧାନ୍ୟ ଉପରେ ଗୁରୁତ୍ୱ ଦେଇଥିଲେ I ୪ର୍ଥଦିନରେ ବାଲେଶ୍ୱର ଚାରୁକଳା ମହାବିଦ୍ୟାଳୟରଅଧକ୍ଷ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ଦାସ ଙ୍କ ଚିତ୍ରଉପରେ ଆଲୋଚନା କରାଯାଇଥିଲା I ଚିତ୍ର ରେତାଙ୍କର କ୍ରମ ପରିବର୍ତନ ଓ ବର୍ତମାନ ତାଙ୍କ ଚିତ୍ରରେ ଭଗବାନ ଶ୍ରୀକୃଷ୍ଣ କିପରି ସବୁଠାରେବିଦ୍ୟମାନ ବୋଲି ଦର୍ଶାଇଥିଲେ I ୫ମ ଦିନରେକର୍ଣ୍ଣାଟକ ର ଶିଳ୍ପୀ , ବର୍ତମାନ ଗୁଲବେରଗାୟୁନିଭେର୍ସିଟି ର ପ୍ରଫେସର ଡ. ସହିଦ ହୁସେନପସା ସ୍ଟୁଡ଼ିଓ ମିଟ କାର୍ଯ୍ୟକ୍ରମରେ ଆର୍ଟ ସ୍ଟୁଡ଼ିଓକିପରି ହେବା ଦରକାର ସେ ନିଜ ସ୍ଟୁଡ଼ିଓ କୁ ଅନ୍ନଲାଇନ ରେ ଦେଖାଇ ଥିଲେ I
ଶେଷଦିନରେ ଉଦ୍ଯାପନୀ ସଭାରେ EFAC ରସଭାପତି ପ୍ରଦୀପ୍ତ କିଶୋରେ ଦାସ ଆର୍ଟିଷ୍ଟ ମିଟମାଧ୍ୟମ ରେ ସେ କ୍ୟାନଭାସ ଉପରେ ରଙ୍ଗ ରଖେଳ ଭିତରୁ ସମାଜକୁ ଦେଇଛନ୍ତି ନୂଆ ଦିଗ୍ଦର୍ଶନI ତାଙ୍କର ପ୍ରତିଟି ଚିତ୍ର ରେ ମଣିଷ ର ଚିନ୍ତା ଓଚେତନା ଏବଂ ସାମାଜିକ ବାର୍ତା ବହନକରିଥିବାର ଦେଖା ଯାଇଛି I
ଏହି ଗୁଗୁଲ ମିଟ ରେ ଓଡିଶା ,ଛତିଶଗଡ,ଦିଲ୍ଲୀ,ତାମିଲନାଡୁ,କେରଳ , ପଶ୍ଚିମବଙ୍ଗ,ପଞ୍ଜାବ,ରାଜସ୍ଥାନ,ଗୁଜୁରାଟ,କର୍ଣ୍ଣାଟକ ରବହୁଶିଳ୍ପୀ ଆଲୋଚନା ରେ ଭାଗ ନେଇଥିଲେ , ସେମାଙ୍କ ମଧ୍ୟରେ ଟିକମ ଖଣ୍ଦପ୍ପା,ଏକତା କପୁର, ନୀରଜା , ବାଲସୁବ୍ରମଣ୍ୟମ, ଆର୍ଯ୍ୟପ୍ରଜ୍ଞା , ଦିଲୀପମାଲିକ,ପବିତ୍ର ଦତ୍ତ ,କିଶୋରେ ନାୟକ, ସ୍ଵାତି ମ , ନୃସିଂହ ଚରଣ ଓଝା, କାମିନିକାନ୍ତ ସ୍ୱାଇଁ ପ୍ରଭୃତିବହୁ ନୂତନ ଏବଂ ଅଭିଜ୍ଞ ଶିଳ୍ପୀମାନେଆଲୋଚନା ରେ ଭାଗ ନେଇଥିଲେ I
ଏହି କାର୍ଯ୍ୟକ୍ରମ କୁ EFAC ସମ୍ପାଦକ ମନୋଜକୁମାର ସଂଢ ସୁଚାରୁ ରେ ପରିଚାଳନା କରିଥିଲେI
ଶେଷରେ EFAC ର ସଭ୍ୟ କେଶବ ବର୍ଣ୍ଣଟିସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।