
ବ୍ରହ୍ମପୁର: କବିସୂର୍ଯ୍ୟନଗର ଏନ୍ଏସି ଅନ୍ତର୍ଗତ ନାରାୟଣପୁର ମାସନର ରାଜକିଶୋର ଶତପଥୀ(୫୬) ଶୁକ୍ରବାର ସନ୍ଧ୍ୟାରେ ସାହି ନିକଟ ସାପୁଆ ବସା ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ରାଜକିଶୋର କବିସୂର୍ଯ୍ୟନଗର ଏନ୍ଏସିର ଟେକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । ହେଲେ ଆଜି ତାଙ୍କର ଏକମାତ୍ର ଶିକ୍ଷକ ଥିବା ପୁତ୍ର କରୋନାରେ ସଂକ୍ରମଣ ହୋଇ ଭୁବନେଶ୍ୱରରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜାଣିବାପରେ ବାପା ଏକମାତ୍ର ପୁତ୍ରର ମୃତ୍ୟୁରେ ବ୍ୟଥିତ ହୋଇ ନିଜର ଭାରସାମ୍ୟ ହରାଇ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଏହାର କିଛି ସମୟପରେ ରାଜକିଶୋରଙ୍କ ସ୍ତ୍ରୀ ସୁଲୋଚନା(୪୮) ରାଜକିଶୋରଙ୍କ ମୃତ୍ୟୁଖବର ପାଇ ନିଜେ ଘରେ ଫେନ୍ରେ ରଶି ଲଗାଇ ରାତ୍ର ୮ଟା ବେଳେ ଆତ୍ମହତ୍ୟା କରିଛନ୍ତି । କବାଟ ନଖୋଲିବା ଫଳରେ ତାଙ୍କର ଭାଇ ବରିଡା ଗ୍ରାମରୁ ଆସି କବାଟ ଭାଙ୍ଗି ଦେଖିବା ବେଳେ ଫେନ୍ରେ ଝୁଲି ହୋଇ ରାଜକିଶୋରଙ୍କ ସ୍ତ୍ରୀ ରହିଛନ୍ତିା ତେବେ ସାହିବାସିନ୍ଦାମାନେ କରୋନା ଭୟରେ ସାହି ପଡିଶା ଲୋକ କିଏ ଘରୁ ବାହାରୁ ନଥିବା ବେଳେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଫେନ୍ରେ ଝୁଲି ହୋଇ ତାଙ୍କ ଶବ ରହିଥିବା ଜଣାପଡିଛି । ପ୍ରାପ୍ତ ଖବର ଅନୁଯାୟୀ ରାଜକିଶୋର ଶତପଥୀଙ୍କ ଏକମାତ୍ର ପୁଅ ସୀମାଞ୍ଚଳ ଶତପଥୀ(୨୭) ଶିକ୍ଷକ ରୂପେ କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତଗର୍ତ ଏସ୍.ପଙ୍କଳବାଡି ପିୟୁପିଏସ୍ରେ ଶିକ୍ଷକତା କରୁଥିଲେ । କରୋନା ଯୋଦ୍ଧା ରୂପେ ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଦାୟୀତ୍ୱ ମିଳିଥିଲା । ପ୍ରଥମ ବେଚ୍ରେ ସଙ୍ଗରୋଧ କେନ୍ଦ୍ର ଦାୟୀତ୍ୱ ପରେ ତାଙ୍କୁ ଦ୍ୱିତୀୟବାର ପୁଣି ସଙ୍ଗରୋଧ କେନ୍ଦ୍ରର ଦାୟୀତ୍ୱ ଶିକ୍ଷା ବିଭାଗ ଦେଇଥିଲେ । ହେଲେ ସେତେବେଳକୁ ସେ ଜ୍ୱର, ଥଣ୍ଡାରେ ଆକ୍ରାନ୍ତ ହୋଇପଡିଥିଲେ । ୧୪ଦିନ ଧରି ଜ୍ୱର, ଥଣ୍ଡାରେ ପୀଡିତ ହୋଇ ସେ ନିଜେ ମେଡିସିନ ଆଣି ବ୍ୟବହାର କରୁଥିଲେ ମଧ୍ୟ ଜ୍ୱର ଛାଡିନଥିଲା । ଆହୁରୀ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଫଳରେ ସେ ଗତ ୨୬ତାରିଖରେ ଆସିକା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସେଠାରୁ ବ୍ରହ୍ମପୁର ଏମ୍କେସିଜିକୁ ଗଲାପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ପରେ ତାଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ତାଙ୍କର ସ୍ୱାବ୍ ଟେଷ୍ଟ ରିପୋଟରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଗୁରୁତର ଥିବା ସୀମାଞ୍ଚଳ ଆଜି ମୃତ୍ୟୁବରଣ କରିବା ପରେ ସେଠାରେ ଥିବା ବାପା ରାଜକିଶୋର, ମା’ ଆଜି ଆସି କବିସୂର୍ଯ୍ୟନଗରରେ ପହଞ୍ôଚଥିଲେ । ଆଜି ଖରାବେଳେ ମା’, ବାପା ଦୁହେଁ ଘରଭିତରେ କବାଟ ଦେଇ ରହିଥିଲେ । ସନ୍ଧ୍ୟାରେ ରାଜକିଶୋର ନିକଟସ୍ଥ ପାହାଡ ପାଖ ସାପୁଆ ବସା ନିକଟ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ପୁତ୍ରର ମରିବା ପରେ ରାଜକିଶୋରଙ୍କ ମାନସିକ ସ୍ଥିତି ବିଗିଡି ଯାଇଥିଲା । ହେଲେ କରୋନା ଭୟରେ ତାଙ୍କୁ ସାହିର ବନ୍ଧୁ, ପରିଜନ, ବାସିନ୍ଦା କେହିବି କଥା ଭାଷା କରିନଥିଲେ କି ସାନ୍ତ୍ୱନା ମଧ୍ୟ ଦେଇନଥିଲେ । କାରଣ ସମସ୍ତଙ୍କୁ କରୋନା ଭୟ ଥିଲା । ଅନ୍ୟପକ୍ଷରେ ସୀମାଞ୍ଚଳର ମା’ ମଧ୍ୟ ଘରର ଫେନ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ରାତ୍ର ୮ଟା ବେଳେ ଜଣାପଡିଥିଲା । ଏହି ଘଟଣାକୁ ନେଇ ସାରା ଜିଲ୍ଲା ସ୍ତବ୍ଧ ହୋଇଯାଇଛି ।