
ବ୍ରହ୍ମପୁର : ଗଞ୍ଜାମରେ କରୋନା ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ, ସରକାର ଓ ପ୍ରଶାସନର ଭୁଲ ନୀତି ପାଇଁ ଗଞ୍ଜାମବାସୀ କରୋନା ମହାମାରୀର ଗର୍ଭ ଭିତରକୁ ଆସ୍ତେ ଆସ୍ତେ ଚାଲି ଯାଉଛନ୍ତି । ପ୍ରଥମ ଅବସ୍ଥାରେ କରୋନା ଠାରୁ ମୁକ୍ତ ଥିବା ଗଞ୍ଜାମ ଜିଲ୍ଲା, ରାଜ୍ୟ ସରକାରଙ୍କ ଭୁଲ୍ ପ୍ରବାସୀ ନୀତି ଯୋଗୁ ଆଜି ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁରେ ଏକ ନମ୍ବର ହୋଇଛି । ସରକାର ଓ ପ୍ରଶାସନ ରୋଗୀ ଓ ରୋଗକୁ ମୁକାବିଲା କରିବା ପ୍ରତି ବଦଳରେ ଲୋକଙ୍କୁ ଜୋରିମାନା ଆଦାୟରେ ଅଧିକ ସମୟ ଦେଲେ କୋଭିଡ ହସ୍ପିଟାଲରେ ସାମାନ୍ୟ ସୁବିଧା ନାହିଁ । କେବଳ ତାଲା ବନ୍ଦରେ ସରକାର ଅଧିକ ବିଶ୍ୱାସ କଲେ । ଆଜି ମଧ୍ୟ ଜିଲ୍ଲାରେ ଆଶା ଅନୁରୂପ ପରୀକ୍ଷା କରାଯାଉନାହିଁ । ରୋଗୀଙ୍କୁ ଯେତେବେଳେ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଉଛି ପୁନଃ ପରୀକ୍ଷା କରାଯାଉନାହିଁ । ତାଲା ବନ୍ଦ ନେଇ ଯେଉଁ ସାପ୍ତାହିକ କଟକଣା ରହିଛି ତାହା ଏକ ଭୁଲ୍ ନିଷ୍ପତ୍ତି । ଏତେବଡ ସହରକୁ ଜୋନ୍ସ୍ତରୀୟ ଭାଗ ନକରି ଏକ ନିଦ୍ଧିଷ୍ଠ ସମୟରେ ଦୋକାନ ବଜାର ଖୋଲିବାକୁ କହିବା ଫଳରେ ଯେଉଁ ଗହଳି ହେଉଛି ତାହା କରୋନା ସଂକ୍ରମଣକୁ ଟାଣି ଆଣୁଛି । ଡାକ୍ତର ଓ ନର୍ମ ମାନଙ୍କୁ ଉପଯୁକ୍ତ ସୁବିଧା ଯୋଗାଇବାରେ ଜିଲ୍ଲା ପ୍ରଶାସନ ଓ ସରକାର ବିଫଳ ହୋଇଛି । ଏଥିନେଇ ସେମାନେ ମଧ୍ୟ ଆନ୍ଦୋଳନ କରିଛନ୍ତି । ଏବେ ମଧ୍ୟ ସରକାର, ପ୍ରଶାସନ, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧିଙ୍କୁ ବିଶ୍ୱାସକୁ ନେଇ ଜିଲ୍ଲାର ବିଗିଡି ଯିବାକୁ ବସିଥିବାସ୍ଥିତିକୁ ସୁଧାରନ୍ତୁ, ସରକାର ଯୁଦ୍ଧକାଳୀନ ଭିତିରେ ପରୀକ୍ଷାକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।