-
ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର: କରୋନା ନିୟନ୍ତ୍ରଣ ପାଇଁ ସରକାରଙ୍କ ଏକମାତ୍ର ଉପାୟ ଲକ୍ ଡାଉନ୍ ଲୋକଙ୍କ କାମଧନ୍ଦାକୁ ବନ୍ଦ କରି ଦେଇଥିବା ବେଳେ ସରକାରଙ୍କ ବ୍ୟବସାୟୀ ମୁଖ୍ୟ ମନୋଭାବ ଯୋଗୁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତଥା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ପନିପରିବା, କିରାଣୀ ସାମଗ୍ରୀ ଆଦିର ଅହେତୁକ ଦର ବୃଦ୍ଧି ଯୋଗୁ ଲୋକଙ୍କ ଜୀବନ ଜୀବୀକା ଶୋଚନୀୟ ହୋଇପଡିଛି । ଅନ୍ୟପକ୍ଷରେ ଦରଦାମ୍ ବୃଦ୍ଧି ଯୋଗୁ ଦେଖାଦେଇଥିବା ଜନଗଣଙ୍କ ପ୍ରତିକ୍ରିୟାକୁ ଭୟ କରି ଆଇନ୍ର ଲଗାମରେ ତାକୁ ଦବାଇଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅପଚେଷ୍ଟା ଆରମ୍ଭ କରିଛନ୍ତି । ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନକୁ ରୋକିବା ଉଦ୍ଦେଶ୍ୟରେ ଆୟୋଜକଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣାକୁ ସମର୍ଥନ କରାଯାଇପାରେ କିନ୍ତୁ ଦରଦାମ୍ ବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ବେନିୟମ ଭାବେ ମହଜୁଦ ରଖିବା ଓ କଳା ବଜାରୀ ଦ୍ୱାରା ବଜାରରେ ଦେଖା ଦେଇଥିବା କୃତ୍ରିମ ବଜାର ସଙ୍କଟକୁ ରୋକିବା ପାଇଁ ସରକାର ଓ ପ୍ରଶାସନର ଭୂମିକା କ’ଣ ବୋଲି ମଞ୍ଚ ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ପ୍ରଶ୍ନ କରିଛି । ଚାଷୀ ତାର ନାର୍ଯ୍ୟ ପ୍ରାପ୍ୟରୁ ବଞ୍ôଚତ ହେଉଥିବା ବେଳେ ଅସାଧୁ ବ୍ୟବସାୟୀମାନେ ଚାଷୀଙ୍କ ଠାରୁ ସମସ୍ତ ଜିନିଷକୁ କ୍ରୟକରି ଜିନିଷକୁ ଜବରଦସ୍ତ ମହଜୁଦ ରଖି ବଜାର ଦରକୁ ନିୟନ୍ତ୍ରଣ କରୁଛନ୍ତି ଅଥଚ ଜିଲ୍ଳା ପ୍ରଶାସନ ଅଧିନସ୍ଥ ବଜାର ନିୟନ୍ତ୍ରଣ ବିଭାଗର ଏଦିଗରେ କୌଣସି ଭୂମିକା ରହୁନାହିଁ । ପ୍ରଶାସନ ଓ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅନୁମାନ କରାଯାଉଛି । ଅସାଧୁ ବ୍ୟବସାୟୀଙ୍କୁ ଆକଟ କରିବାରେ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତାକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନ୍ଜୀବୀ ଅବନୀ ଗୟା ଦୃଢ଼ ନିନ୍ଦା କରିଛନ୍ତି ।