
-
ଶୁକ୍ରବାର ୨୮୩ ଆକ୍ରାନ୍ତ,୩୮ସୁସ୍ଥ, ୨ ମୃତ
ବ୍ରହ୍ମପୁର : ଗଞ୍ଜାମରେ କରୋନା ଚିହ୍ନଟକୁ ପୁରିଛି ୨ମାସ । ପ୍ରଥମେ ମେ’ ୨ ତାରିଖରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଦୁଇରୁ ଆରମ୍ଭ ହୋଇ ସଂଖ୍ୟା ୧୫ଶହ ଉପରେ ପହଞ୍ôଚଛି । ଏହି ଦୁଇମାସ ମଧ୍ୟରେ ଜିଲ୍ଲାର ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଏପ୍ରିଲ ୨୮ରେ ପ୍ରବାସୀଙ୍କ ଆଗମନ ପରେ ମେ’ ୨ ତାରିଖରେ ପ୍ରଥମ ପଜିଟିଭ ଜିଲ୍ଲାରେ ଦେଖାଯାଇଥିଲା । ଶୁକ୍ରବାର ଦିନ ଜିଲ୍ଲାରେ ୨୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୮ ସୁସ୍ଥ ହୋଇଥିବା ବେଳେ ଜଣେ ୬୬ ବର୍ଷୀୟ ଆଉ ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ବରଣ ହୋଇଥିବା ଜଣାପଡ଼ିଛି ।
ଜିଲ୍ଲାରେ ଏବେ ଗୋଷ୍ଠୀ ସଂକ୍ରାମଣ ଆରମ୍ଭ ହେଲାଣି । ଏଭିତରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୫୦ ଆକ୍ରାନ୍ତ ହେଲେଣି । ଜିଲ୍ଲାର ପ୍ରାୟ ସବୁ ବ୍ଳକକୁ କରୋନା ଛୁଇଁଥିବା ବେଳେ ବ୍ରହ୍ମପୁର ମହାନଗରରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଲାଣି । ଶୁକ୍ରବାର ଦିନ ଜିଲ୍ଳାରେ ୨୮୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଜିଲ୍ଲାରେ ୧୮୫୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୧୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭୦୪ ଜଣ ଚିକିତ୍ସିତ ହେଉଥିବା ବେଳେ ୧୮ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାରେ ୨୮୩ ନୂଆ କରୋନା ରୋଗୀଙ୍କ ଟ୍ୱିଇଟ ଯୋଗେ ତଥ୍ୟ ଦେଇଛି ଜିଲ୍ଲା ପ୍ରଶାସନ । ସେଥି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ୨୧୭ଜଣ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪୯ଜଣ କରୋନା ଯୋଦ୍ଧା ଓ ବାହାର ରାଜ୍ୟରୁ ଜିଲ୍ଲାକୁ ଆସି ୧୮ଜଣ ଆକ୍ରାନ୍ତ ହୋଇଛନ୍ତି । ୪୯ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରେ ଆସିକା ୪, ବେଲଗୁଣ୍ଠା ୫, ବିଏମ୍ସି ୧୪, ଭଞ୍ଜନଗର ୧୩, ବୁଗୁଡ଼ା ୧, ଛତ୍ରପୁର ୧, ହିଞ୍ଜିଳିକାଟୁ୧, କବିସୂର୍ଯ୍ୟନଗର ୧, ପୋଲସରା ୪, ପୁରୁଷୋତ୍ତମପୁର ୧, ସାନଖେମୁଣ୍ଡି୧, ଶେରଗଡ଼ ୧, ସୋରଡ଼ା ୨ ଜଣ ଅଛନ୍ତି । ସେହିଭଳି ବାହାର ରାଜ୍ୟରୁ ଆସିଥିବା ୧୮ଜଣଙ୍କ ମଧ୍ୟରେ ସୁରଥ, ଦିଲ୍ଲୀ,ହାଇଦ୍ରାବାଦ,କେରଳ, ମୁମ୍ବାଇ, ତାମିଲନାଡ଼ୁ, ବାଙ୍ଗାଲୋର,ଚେନ୍ନାଇ, ବିଶାଖପାଟଣା । ସେଥିରେ ଆସିକା ବ୍ଳକର ଜଣେ, ବୁଗୁଡ଼ା ୨, ଧରାକୋଟ ୧, ଦିଗପହଣ୍ଡି୧, ହିଞ୍ଜିଳି ୩, ଜଗନ୍ନାଥପ୍ରସାଦ ୧, କବିସୂର୍ଯ୍ୟନଗର ୨, ପୋଲସରା ୧, ପୁରୁଷୋତ୍ତମପୁର ୪ ଓ ରଙ୍ଗେଇଲୁଣ୍ଡା ବ୍ଳକର ଜଣେ ଅଛନ୍ତି । କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ୨୧୭ଜଣ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେମାନେ ହେଲେ ଆସିକା ୧୦, ବେଗୁନିଆପଡ଼ା ୧୫, ବେଲଗୁଣ୍ଠା ୮, ବିଏମ୍ସି ୨୧, ଭଞ୍ଜନଗର ୧୨, ବୁଗୁଡ଼ା୧, ଛତ୍ରପୁର ୪, ଚିକିଟି ୪, ଧରାକୋଟ ୫, ଦିଗପହଣ୍ଡି ୫,ଗଞ୍ଜାମ ୨, ହିଞ୍ଜିଳି ୯, କବିସୂର୍ଯ୍ୟନଗର ୧୬, ଖଲ୍ଲିକୋଟ ୧୦, କୁକୁଡ଼ାଖଣ୍ଡି ୧୩, ପାତ୍ରପୁର ୩, ପୋଲସରା ୮, ପୁରୁଷୋତ୍ତମପୁର ୮, ରଙ୍ଗେଇଲୁଣ୍ଡା ୧, ସାନଖେମୁଣ୍ଡି ୩୨,ଶେରଗଡ଼ ୨୦, ସୋରଡ଼ା ୭ ରହିଥିବା ଜିଲ୍ଲାପାଳଙ୍କ ଟ୍ୱିଇଟରୁ ସୂଚନା ମିଳିଛି ।