କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, 0୩ /0୭ /୨0୨0, ଆଜି ଦେଶ ବ୍ୟାପି ଶ୍ରମିକ ମାନଙ୍କ ପ୍ରତିବାଦ ଦିବସ. ପୁରୀରେ ମିଳିତ ଟ୍ରେଡ଼ ୟୁନିଅନ ତରଫରୁ ପୁରୀ ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ, ପ୍ରତିବାଦ କରାଯାଇଥିଲା ଏବଂ ଜିଲ୍ଲପାଳଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯାଇଛି | ସେମାନଙ୍କର ଦାବୀ ରହିଥିଲା.
•ଶ୍ରମ ଆଇନ ସଂଶୋଧନ ଓ ଶ୍ରମକୋର୍ଡ଼ ବାତିଲ |
•ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟାରୁ ୧୨ଘଣ୍ଟା ବୃଦ୍ଧି କରିବା ବାତିଲ କର |
•ସମସ୍ତ ପରିବାରଙ୍କୁ ୨୫୦୦ଟଙ୍କା ଓ ୧୦କିଲୋ ଚାଉଳ/ଗହମ ଦିଆଯିବ ।
•ସମସ୍ତ ଶ୍ରମିକ ବର୍ଷ କୁ ୨୦୦ ଦିନ କାମ ଓ୨୦୦ ଟଙ୍କା ମଜୁରୀ ଦିଅ|
•ରାଷ୍ଟ୍ରାୟତା ଶିଳ୍ପର ଅଂଶଧନ ବିକ୍ରି ଓ ପ୍ରତ୍ୟକ୍ଷ ବିଦେଶି ପୁଞ୍ଜି ବିନିଯୋଗ ବନ୍ଦ ।
•ଠିକାଚାଷୀ ଅଧ୍ୟାଦେଶ ଓ ଅତ୍ୟାବଶୀକୀୟ ଦ୍ରବ୍ୟ ସଂଶୋଧନ ଅଧାଦେଶ ବାତିଲ ଦାବି|
ଏହି ପ୍ରତିବାଦରେ A.I.TUC, H.M.S, CITU, A.ICCTIS, TUCC,, AIFTU(N), OSSA, ବ୍ୟାଙ୍କ, ବୀମା, ଡାକଘର ଓ କେନ୍ଦ୍ର, ରାଜ୍ୟ କର୍ମଚାରୀ ସଂଗଠନ ପ୍ରମୁଖ ଉପସ୍ଥିତ ଥିଲେ |ଏହି ପ୍ରତିବାଦରେ ଶରତ କୁମାର ରାଇଗୁରୁ ,ଜଗନ୍ନାଥ ଦେବ, ଟୁନା ନାୟକ ପ୍ରମୁଖ ଉପସ୍ଥିତ ରହି ସଂଚାଳନା କରିଥିଲେ|