
-
କୋଭିଡ୍ କେୟାର ସେଣ୍ଟରକୁ ଯାଇ ନିଜର ଚିକିତ୍ସା କରାନ୍ତୁ: ଜିଲ୍ଲାପାଳ
ଜିଲ୍ଲା ସ୍ତରରୁ ବରିଷ୍ଠ ଅଧିକାରୀଗଣ ଜିଲ୍ଲାର ପ୍ରତି ଅଞ୍ଚଳ ଗସ୍ତ କରି କୋଭିଡ୍ ପରିଚାଳନା କାର୍ଯ୍ୟ ତଦାରଖ କରିବେ । କୋଭିଡ୍ କେୟାର ହୋମ୍ ରେ ସମସ୍ତ ଆବଶ୍ୟକୀୟ ସେବା ସାମଗ୍ରୀ ମହଯୁଦ ରଖିବା ସହିତ ସ୍ବଚ୍ଛତା ବଜାୟ ରଖିବା ଏବଂ ସେହିଠାରେ ରହିଥିବା ବ୍ୟକ୍ତିଙ୍କୁ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ଓ ଗରମ ପାନୀୟ ଜଳ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯଦି ଜଣେ ବ୍ୟକ୍ତିଙ୍କର କରୋନା ସଂକ୍ରମଣ ଦେଖାଯାଏ ତେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ୧୪୪ ଧାରା ଲାଗୁ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ସେହି ଅଞ୍ଚଳରେ କୌଣସି ଉତ୍ସବ ଯେମିତି ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ।
ଗଞ୍ଜାମ,
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ