
ଜୟପୁର– କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ପାଡ଼ୁଆ ଡ଼ାକବଙ୍ଗଳା ନିକଟ ବୁଲାଣିରେ ଆଜି ଭୋର୍ ସମୟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଫଳରେ ଘଟଣାସ୍ଥଳରେ ୪ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ସମସ୍ତେ ପାଡ଼ୁଆ ଥାନା ଅଂଚଳର ହୋଇଥିବା ନେଇ ସ୍ଥାନୀୟ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ମୃତକ ମାନେ ହେଲେ ପାଡ଼ୁଆ ଗ୍ରାମର ପଙ୍କଜ ମହାନ୍ତି, ପ୍ରଶାନ୍ତ ଖରା, ଶଶି ଖିଲ ଏବଂ କୃଷ୍ଣ ହନ୍ତାଳ । ସେମାନଙ୍କ ବୟସ ଯଥାକ୍ରମେ ୧୫, ୧୬, ୧୧ ଓ ୧୨ ବର୍ଷ ।
ସେମାନେ ଏକ ବାଇକ୍ ଯୋଗେ ଦୃତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ୍ ଟି ଗଛରେ ଧକ୍କା ଦେଇଥିଲା । ଡ଼ାକବଙ୍ଗଳା ଠାରୁ ୧୦୦ ମିଟର ଦୂର ୟୁ ଟର୍ଣ୍ଣ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ୪ ନାବାଳକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।