ଭୁବନେଶ୍ୱର – ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାରେ ଆଉ ୫୬୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୫୬୧ ଜଣଙ୍କ ମଧ୍ୟରୁ ୪୨୫ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୩୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୧୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ଅମ୍ଫାନ ଡ୍ୟୁଟିରେ ପଶ୍ଚିମ ବଙ୍ଗର ଫେରିଥିବା ଏନଡିଆରଏଫର ଜଣେ ଜବାନ କୋରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦି ଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୨୮୩ ଟି ନୂଆ ମାମଲା ସାମନାକୁ ଆସିଛି ।
ବରଗଡ ଜିଲ୍ଲାରେ ୨୧ ଜଣ , ଭଦ୍ରକ ଜିଲ୍ଲାରେ ଜଣେ, ବଲାଙ୍ଗୀର ଜିଲ୍ଲାରେ ୧୯ ଜଣ, କଟକ ଜିଲ୍ଲାରେ ୮୧ ଜଣ. ଢେଙ୍କାନାଳ ଜିଲ୍ଲାରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଜେଗତସିଂହପୁର ଜିଲ୍ଲାରେ ୭ ଜଣ , ଯାଜପୁର ଜିଲ୍ଲାରେ ୩ ଜଣ, ଝାରସୁଗୁଡା ଜିଲ୍ଲାରେ ୨ଜଣ, କଳାହାଣ୍ଡି ଜିଲ୍ଲାରେ ୫ ଜଣ, କେନ୍ଦ୍ରାପଡା ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ୬ ଜଣ , ଖୋର୍ଧା ଜିଲ୍ଲାରେ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୪ ଜଣ, ମୟୁରଭଂଜ ଜିଲ୍ଲାରେ ୧୦ ଜଣ, ପୁରୀ ଜିଲ୍ଲାରେ ଜଣେ, ରାୟଗଡା ଜିଲ୍ଲାରେ୍ ୭୬ ଜଣ ସମ୍ବଲପୁର ଜିଲ୍ଲାରେ ୮ ଜଣ ଓ ସୁନ୍ଦରଗଡ ଜିଲ୍ଲାରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।