ଭୁବନେଶ୍ୱର– ରାଜ୍ୟରେ କରୋନାରେ ଆଜି ଆଉ ୨ ଜଣ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା କାରଣରୁ ହୋଇଥିବା ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇ ଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଉଭୟ ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୭ରେ ପହଂଚିଛି । ମୃତ୍ୟୁବରଣ କରିଥିବା ଉଭୟ ହେଇଛନ୍ତି ପୁରୁଷ ।
ଗଞ୍ଜାମରେ କରୋନାରେ ମୃତ୍ୟୁ ବରଣ କରିଥିବା ପ୍ରଥମ ବ୍ୟକ୍ତିଙ୍କ ବୟସ ୬୬ ବର୍ଷ ହୋଇଥିବା ବେଳେ ସେ ହାଇପର ଟେନସନ ରୋଗରେ ପୀଡିତ ଥିଲେ । ସେହିପରି ଅନ୍ୟ ମୃତକ ଜଣଙ୍କ ୪୦ ବର୍ଷୀୟ ପୁରୁଷ ଓ ସେ ଡାଇବେଟିସରେ ପୀଡିତ ଥିଲେ ବୋଲି ସୂଚନା ଦିଆ ଯାଇଛି ।