ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୨୮୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫୦ କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୫୬୭ ।
ସେହିପରି ଜିଲ୍ଲାରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂତ୍ରରୁ ସୂଚନା ମିଳିଛି । ମୃତକ ଦ୍ୱୟଙ୍କ ବୟସ ଯଥାକ୍ରମେ ୬୬ ଓ ୪୦ । ଉଭୟ ପୁରୁଷ । ୬୬ ବର୍ଷିୟ ବ୍ୟକ୍ତିଙ୍କ ପୂର୍ବରୁ ଉଚ୍ଚ ରକ୍ତଚାପଜନିତ ସମସ୍ୟା ରହିଥିଲା । ସେହିପରି ୪୦ ବର୍ଷିୟ ବ୍ୟକ୍ତି ପୂର୍ବରୁ ମଧୁମେହରେ ଆକ୍ରାନ୍ତ ଥିଲେ । ଏମାନଙ୍କୁ ମିଶାଇ ଜିଲ୍ଲାରେ ଅଦ୍ୟାବଧି କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଇତିମଧ୍ୟରେ ଜିଲ୍ଲାରେ ମୋଟ୍ ସୁସ୍ଥ ସଂଖ୍ୟା ୧୦୯୧ ରେ ପହଂଚିଛି । ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୭୪୨ ରହିଛି ।