ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ର ପିତଳ ବଜାରରେ ଜଣେ ସ୍ୱର୍ଣ୍ଣ କାରିଗର ଗତକାଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ତେବେ ବିଳମ୍ବରେ ଆଜି ସକାଳ ଦଶଟା ବେଳେ ତାଙ୍କୁ କୋଭିଡ ହସପିଟାଲକୁ ନିଆଯାଇଛି । ଏତଦ ବ୍ୟତୀତ ପିତଳ ଛକର ଜଣେ ଅଟୋ ଡ୍ରାଇଭର ଓ ପିତଳ ନିଟସ୍ଥ ନୂଆଁପଲ୍ଲୀ ଗ୍ରାମର ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏ ଅଂଚଳର ଜନସାଧାରଣଙ୍କ ମଧ୍ୟରେ କରୋନାକୁ ନେଇ ଭୟ ସୃଷ୍ଟି ହୋଇଛି ।
ସବୁଠାରୁ ବିସ୍ମୟଜନକ ଘଟଣା ଯେ, ପିତଳ କଲେକ୍ଟର କିମ୍ବା ଜିଲା ପ୍ରଶାସନ ପକ୍ଷରୁ ପିତ୍ତଳ ପଂଚାୟତକୁ ଏପର୍ଯ୍ୟନ୍ତ କଣ୍ଟେନମେଣ୍ଟ, ସଟଡାଉନ କିମ୍ବା ବଫର ଯୋନ ଘୋଷଣା କରାଯାଇନାହିଁ, ଫଳରେ ଏହି ଅଂଚଳରେ କରୋନା ସଂକ୍ରମଣ ମାଡି ଚାଲିବା ସମ୍ଭାବନା ଦେଖାଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।