ଭଞ୍ଜନଗର – ଆଜି ଭଞ୍ଜନଗର ଆର.ଟି.ଓ ଅଫିସ ପରିସର ପୁରା ଜନଶୂନ୍ୟ ମନେ ହେଉଥିଲା l ଦଲାଲ ମାନଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ମଧ୍ୟ ପୁରା ଫାଙ୍କା ଥିଲା l ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ ଓ ଆର.ଟି.ଓ ଅଫିସ କୁ ସମ୍ପୂର୍ଣ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବାପରେ ଚାରିଆଡେ ପୋଲିସ ତରଫରୁ ଧର ପଗଡ ଆରମ୍ଭ କରିଛି l ଆଜି ପୋଲିସ ଭଞ୍ଜନଗର ଲଣ୍ଡେଇ ସାହି ଛକରେ ଥିବା ଆର.ଟି.ଓ ଅଫିସ ରୁ 4ଜଣ ଦଲାଲଙ୍କୁ ଗିରଫ କରିଛି l ସେମାନେ ହେଲେ ଲଣ୍ଡେଇ ସାହିର ଅଭିରାମ କର, ତେନ୍ତୁଳୀଖୁଣ୍ଟି ର ସୀମାଞ୍ଚଳ ଗୌଡ଼, ଗାଙ୍ଗପୁର ର ପ୍ରମୋଦ ସାହୁ ଓ କୋକଳବା ର ମନୋଜ ପତି l ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଆଇ.ଆଇ.ସି ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି l
Related Stories
November 22, 2024