![](https://indokalingtimes.com/wp-content/uploads/2020/06/ikt.jpeg)
ରାୟଗଡ଼ା- ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ବିଜୟପୁର ଗାଁରୁ ଆଜି ଦିନକରେ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ୭୪ ଜଣଙ୍କୁ ମିଶାଇ କେବଳ ବିଜୟପୁର ଗାଁରୁ ଇତିମଧ୍ୟରେ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗୋଟିଏ ପରିବାରର ୩ ଜଣ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ପରେ ଗାଁର ୮୭ ଜଣ ଏମାନଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି ।