
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁରୋଧ କ୍ରମେ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାକର୍ମୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ରିଲିଫ ଫଣ୍ଡକୁ ୨୯୨ଟି ବିଦ୍ୟାଳୟରୁ ଚେକ୍ ମାଧ୍ୟମରେ ସଂଗୃହିତ ୩୬ ଲକ୍ଷ ୫ ହଜାର ଚାରିଶହ ଏକା ଅଶି ଟଙ୍କାର ଅର୍ଥରାଶିକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ସାହୁଙ୍କ ତରଫରୁ ପ୍ରଦାନ କରାଯାଇଅଛି ।