

Related Stories
June 9, 2025
ଗଞ୍ଜାମ– ଗୁରୁବାର ଦିନ ଲକ୍ ଡ଼ାଉନର ଫାଇଦା ଉଠାଇବା ପାଇଁ ଅପଚେଷ୍ଟା କରୁଥିବା କରୁଥିବା କିଛି ଅସାଧୁ ମଦ ବେପାରୀଙ୍କ ଉପରେ ଚଢ଼ଉ କରିଛନ୍ତି ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ। ଘଟଣାରେ ୧୩୭ ଲିଟର ମହୁଲି ମଦ ସହ ୪ ବାଇକ୍ ଜବତ ହୋଇଛି ଏବଂ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ସନ୍ଧ୍ୟାରୁ ଦିଗପହଣ୍ଡି ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ପୋଲିସ ଚକାତେନ୍ତୁଳି ଗ୍ରାମ ଛକ ନିକଟରେ ମଦ ବେପାରୀ ଆସିବା ରାସ୍ତା ଉପରେ ଛକି ରହିଥିଲେ। ସେମାନେ ଯେମିତି ୪ ଟି ବାଇକ୍ ଯୋଗେ ୭ ଟି ବଡ ବ୍ୟାରେଲ୍ ରେ ୧୩୭ ଲିଟର ମହୁଲି ମଦ ନେଇ ଦ୍ରୁତ ଗତି ଚାଲିଯିବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସର ଜାଲ ରୁ ଫିଟିବାରେ ସକ୍ଷମ ହୋଇପାରିନଥଲେ । ଯାହାଫଳରେ ଦିଗପହଣ୍ଡି ପୋଲିସ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ଥାନାରେ ଅଟକ ରଖିଥିବା ଜଣାପଡିଛି । ଗିରଫ ବେପାରୀ ମାନଙ୍କ ମଧ୍ୟରେ ଓଡାସିଙ୍ଗି ଗ୍ରାମର ପି . ସନ୍ତୋଷ, ଟୁନା ନାୟକ, ରାଜପୁରର କୃଷ୍ଣଚନ୍ଦ୍ର ନାୟକ , ସୁରେଶ ଦଳାଇ, ଚାଞ୍ଚଡାପଲ୍ଲୀର ରାଜେନ୍ଦ୍ର ବିଷୋୟୀ ଓ ତାରିଣୀ ଜେନା ରହିଥିବା ସହ ପାଟପୁର ଥାନା ଗୁଣସାଗର ଅଞ୍ଚଳର ଅର୍ଜୁନ ନାୟକ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି । ଏନେଇ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନା କେସ ନଂ ୧୪୪/୧୪୫/୧୪୬- ୨୦୨୦ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଜଣାପଡିଛି । ଏକା ଥରକେ ଏତେ ପରିମାଣର ମଦ, ଗାଡ଼ି ଓ ବେପାରୀ ଙ୍କୁ କାବୁ କରିବା ଖବର ଶୁଣି ଅନ୍ୟ ମଦ ବେପାରୀ ମାନଙ୍କ ଦଶା ଏବେ”” ବିରି ମାଡ଼ ଦେଖି କୋଳଥ ଚେପା” ନ୍ୟାୟ ରେ ହୋସ ଉଡ଼ିଗଲାଣି । ଅଞ୍ଚଳବାସୀ ଥାନା ଅଧିକାରୀଙ୍କ ଏହି ଚଢ଼ଉ ପାଇଁ ପ୍ରଶଂସା ଓ ଶୁଭେଚ୍ଛା ଜଣାଇଛନ୍ତି।