-
କଣ୍ଟେନମେଣ୍ଟ ଜୋନ୍ ସାନିଟାଇଜ କଲା ପ୍ରଶାସନ ।ସ୍ୱାବ୍ ସଂଗ୍ରହ ପରେ ସନ୍ଦିଗ୍ଧ ବ୍ୟକ୍ତି ସଙ୍ଗରୋଧରେ ନ ରହି ବାହାରେ ବୁଲୁଥିବା ଅଭିଯୋଗ
ବେଲଗୁଣ୍ଠା-2/7-ସ୍ଥାନୀୟ ଲୋକ।ମଧ୍ୟରୁ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ଗଞ୍ଜାମ ଜିଲ୍ଲା ବାସୀ ଓ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ସଂଶ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ୍ ସଂଗ୍ରହ ନ କରିବା ନେଇ ଆଲୋଚନା ହେଉଛି । ତିନି ଦିନ ତଳେ ବେଲଗୁଣ୍ଠା ଏନ୍.ଏ.ସିର ୪ ଜଣ ସ୍ଥାନୀୟ ଲୋକଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା ।ବର୍ତ୍ତମାନ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଆଟେଣ୍ଡାଣ୍ଟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।ଏ ନେଇ ଗତ।କାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ବେଲଗୁଣ୍ଠା ଏନ୍.ଏ.ସିର ୪ ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଓ ୫ ଟି ୱାର୍ଡକୁ ବଫର ଜୋନ୍ ଘୋଷଣା କରାଯାଇ ବେଲଗୁଣ୍ଠା ସହରର ସମସ୍ତ ପ୍ରବେଶ ପଥ ବାଉଁଶ ବାରିକେଡ୍ ଦ୍ୱାରା ସିଲ୍ କରାଯାଇଥିଲା ।ଆଜି କଣ୍ଟେନମେଣ୍ଟ ଜୋନ୍ କୁ ପ୍ରଶାସନ ତରଫରୁ ସାନିଟାଇଜ୍ କରାଯାଇଛି ।ପ୍ରଶାସନ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ସଂଶ୍ପର୍ଷରେ ଆସିଥିବା କୌଣସି ବ୍ୟକ୍ତିଙ୍କ ସ୍ୱାବ୍ ସଂଗ୍ରହ କରିନଥିବା ଜଣାପଡିଛି ।ଏ ପଟେ କୌଣସି ବ୍ୟକ୍ତିଙ୍କ ସ୍ୱାବ୍ ସଂଗ୍ରହ ପରେ ବକ୍ତି ଜଣକ ସ୍ୱାବ୍ ପରୀକ୍ଷା ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବା ନିୟମ ରହିଛି ।କିନ୍ତୁ ଆଜି ଚିହ୍ନଟ ହୋଇଥିବା ମେଡିକାଲ ଆଟେଣ୍ଡାଣ୍ଟ ଜଣକ ସ୍ୱାବ୍ ନମୁନା ଦେଇ ଆସିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଥିଲେ ଏବଂ ସେ ଦୁଇ ଦିନ ମଧ୍ୟରେ ବହୁ ଲୋକଙ୍କ ସଂଶ୍ପର୍ଷରେ ଆସିଥିବା ଲକ୍ଷ୍ୟ କରାଯାଇଛି ।ଯଦି ଏହା ସତ୍ୟ ହୁଏ ତେବେ ସଂକ୍ରମଣ ନିଶ୍ଚିତ ଭାବେ ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।ସେହିପରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଜି ଆଠ ଜଣ କର୍ମଚାରୀ ସ୍ୱାବ୍ ପରୀକ୍ଷା ପାଇଁ ନିଜ ନମୁନା ଦେଇଛନ୍ତି ।ଏବଂ ସେମାନେ ମଧ୍ୟ ସଙ୍ଗରୋଧରେ ନ ରହି ବୁଲାବୁଲି କରୁଥିବା ଏବଂ କାର୍ଯ୍ୟରତ ଥିବା ଜଣାପଡିଛି ।ଯଦି ଏମାନଙ୍କ ମଧ୍ୟରୁ କେହି କରୋନା ପଜିଟିଭ ଚିହ୍ନଟ ହୁଅନ୍ତି ତା ହେଲେ ସଂକ୍ରମଣ ବ୍ୟାପିବା ସମ୍ଭାବନା ଦେଖାଦେଇଛି ।କିନ୍ତୁ ସଠିକ ସଚେତନତା ଅଭାବ ଏବଂ ଅମାନିଆ ମନୋଭାବ ମଧ୍ୟ ଲୋକମାନଙ୍କୁ ବିପଦ ମୁହଁକୁ ଟାଣି ନେଉଛି ବୋଲି ଆଲୋଚନା ଜୋର୍ ଧରିଛି ।ସେହିପରି ପାଞ୍ଚ ଦିନ ତଳେ ଗୋବରା ଅଞ୍ଚଳର ଜଣେ ସଙ୍ଗରୋଧରେ ଥିବା ଗର୍ଭବତୀ ମହିଳାଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା ଏବଂ ସେ ତାଙ୍କ ସ୍ୱାମୀଙ୍କ ସହ ଗୋଟିଏ ରୁମରେ ସଙ୍ଗରୋଧରେ ରହୁଥିଲେ ।ଆଜି ତାଙ୍କ ସ୍ୱାମୀଙ୍କୁ ସଙ୍ଗରୋଧରୁ ଛଡା ଯାଇଥିଲେ ମଧ୍ୟ ତାଙ୍କ ସ୍ୱାବ୍ ପରୀକ୍ଷା ହୋଇନଥିବା ଜଣାପଡିଛି । ସେହିପରି ପାଇଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ଡହିମୁଣ୍ଡଳି ଗ୍ରାମର ଜଣେ ଜୂବକ ଗତ ମାସ 22 ତାରିଖରେ ବ୍ରହମ୍ହପୁର ଠାରେ ସ୍ବାବ ପରିକ୍ଷ୍ୟା ପାଇଁ ଦେଇଥିଲେ । ତାଙ୍କ ରିପୋର୍ଟ 24/6 ରୁ କୋରୋନା ପଜିଟିଉବ ଆସିଲାଣି କିନ୍ତୂ ପ୍ରଶାସନ କଂଟ୍ରେ।କ୍ଟ ଟ୍ରାକିଣ୍ଗ କରିବା ଦୂରର କଥା 8 ଦିନ ପରେ ଅର୍ଥାତ 1 ତାରିଖ ବୁଧବାର ଦିନ ତାକୁ ବୁଝେଇ ସୂଝେଇ ବର୍ହମ୍ପୂର କୋଭିଡ ମେଡିକାଲ କୁ ନେଲେ । ଏହି 8 ଦିନ ମଧ୍ୟରେ ଜୂବକ ଜଣଙ୍କ ପ୍ରାୟ 35/40 ଜଣ ଲୋକଙ୍କ ସଂସ୍ପର୍ଷ ରେ ଆସିଛନ୍ତି । ଜଦି ଏଇ ମାନେ କୋଭିଡ ରେ ଆକ୍ରାନ୍ତ ହେବେ ତେବେ ଏଥି ପାଇଁ କିଏ ଦାୟୀ ରହିବେ ? ପ୍ରଶାସନର ଭୁଲ ନିଷ୍ପତି ଜୋଗ୍ଣୂ ଗଂଜାମ ବାସୀ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ କରୋନା ମୁକ୍ତ କରିବା ପାଇଁ ଜିଲ୍ଲାବାସୀ ତଥା ସ୍ଥାନୀୟ ପ୍ରଶାସନର ମଧ୍ୟ ସହଯୋଗ ଲୋଡିଛନ୍ତି ।କିନ୍ତୁ ସ୍ଥାନୀୟ ପ୍ରଶାସନ ହେଉ କିମ୍ବା ସ୍ୱାସ୍ଥ୍ୟ ବିଭାଗର କେଉଁଠି ନା କେଉଁଠି କରୋନା ପରିଚାଳନାରେ ଅବହେଳା କରୋନାକୁ ବ୍ୟପିବା ପାଇଁ ସାହାଯ୍ୟ କରିବ ବୋଲି ଅଭିଯୋଗ ହୋଇଛି ।ତେଣୁ ଏ ଦିଗର ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ସହ ସଚେତନତା।ଆହୁରି ବ୍ୟାପକ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।
ଶିବରାମ ଚୌଧୁରୀ