
ବେଲଗୁଣ୍ଠା 02/07-କରୋନା ରୋଗରୁ ମୁକ୍ତି ପାଇବା ଓ ଆଗାମୀ ବର୍ଷା ଦିନକୁ ଆଖୀ ଆଗରେ ରଖି ଦୁଇ ପଂଚାୟତର ଦୁଇ ଗ୍ରାମବାସୀ ମିଳିତ ଭାବେ ପ୍ରଥମ ପଦକ୍ଷେପ ସ୍ଵରୂପ ଇଣ୍ଗିନାଠି ପଂଚାୟତର କଣଭାଗ ଓ ତନରଡା ପଂଚାୟତର ଖଜୁରୀପଲ୍ଲୀ ଗ୍ରାମବାସୀ ଲତାବୁଡା ଓ ଅଳିଆ ଆବର୍ଜନା ସଫା କରିଛନ୍ତି .ଦୁଇ ଗ୍ରାମର ଜୁବକ ମାନେ ସକାଳ 6ଘଂଟା ଠାରୁ ହାତରେ କୋଡି ସୁଁରା ଧରି ଦିବା 12ଘଂଟା ପର୍ଜ୍ୟନ୍ତ ଦୁଇ ଗ୍ରାମର ମୁଖ୍ୟ ରାସ୍ତା ;ନଦୀ ହୁଡା ;ବାରିପଦା ;ଓ ଅନ୍ନ୍ଯାନ୍ଯ ପାର୍ଶ୍ଵ ରାସ୍ତା ସଫା କରିଥିଲେ .ଆଗାମୀ ଦିନରେ କରୋନା ମହାମାରୀର ଭୟାବହତାକୁ ଆଖୀ ଆଗରେ ରଖି ସମସ୍ତେ ମାସ୍କ ବ୍ୟବହାର କରିବା ;ପରିବେଶକୁ ପରିଷ୍କାର ରଖିବା ;ଅତି ଜରୁରୀ ନଥିଲେ ବାହାରକୁ ନବାହାରିବା ଉପରେ ଗୁରୁତ୍ୟ ଦିଆ ଜାଇଛି .ଦୁଇ ଗ୍ରାମର ପ୍ରାୟ 40ଜଣ ଜୁବକ ଉକ୍ତ ସଫେଇ କାର୍ଜ୍ଯରେ ଜୋଗ ଦେଇଥିଲେ .ଗ୍ରାମର ବୟୋଜେଷ୍ଠ ବ୍ଯକ୍ତି ମାନେ ମଧ୍ୟ ଜୂବକ ମାନଂକୁ ଉଛାହୀତ କରିଥିଲେ .ଏହି ଦୁଇ ଗ୍ରାମକୁ କରୋନା ମୁକ୍ତ ରଖିବା ପାଇଁ ଦୀପକ ପଣ୍ଡାଙ୍କ ଣେତ୍ରୂତ୍ଵରେ ମାନସ ;ଦୀପୁ ;ନାରାୟଣ ;ରିଙ୍କୁ ;ପ୍ରହ୍ଲାଦ ;ଜିତୁ ;କାନ୍ହା ;ବବ୍ଲୁ ;ଶିବୁ ସମେତ ଅନ୍ୟମାନେ ସଫେଇ କାମରେ ଭାଗନେଇଥିଲେ .ଆଗାମୀ ଦିନରେ ଦୁଇ ଗ୍ରାମରେ ବ୍ଲିଚିଙ୍ଗ ଛିଞ୍ଚନ୍ ସହ ବିଶୋଧନ କରିବା ପାଇଁ ଜୋଜନା ରହିଛି.
ଶିବରାମ ଚୌଧୁରୀ