ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ଲାଞ୍ଜିବେର୍ଣ୍ଣl ମାଇନ୍ସ ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ତରଫରୁ
ବିହାବନ୍ଧ, ଲାଞ୍ଜିବେର୍ଣ୍ଣl ପ୍ରକଳ୍ପ ବିଦ୍ୟାଳୟ, ରୁମାବାହାଲ ଏବଂ ପାହାଡ଼ଟୋଲୀ ଗ୍ରାମରେ ଡେଙ୍ଗୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଅଂଚଳରେ ଡେଙ୍ଗୁ ଭୟ ବ୍ୟାପିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ଏଥିରୁ ବଂଚିବାର ଉପାୟ ବିଷୟରେ ଅବଗତ କରାଇବା ପାଇଁ ଡାଲମିଆ ସିମେଣ୍ଟ ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି l ଉକ୍ତ କାର୍ଯ୍ୟକ୍ରମରେ ଉପରୋକ୍ତ ଗ୍ରାମର ଶତାଧିକ ମହିଳା, ଯୁବକ, ଛାତ୍ର ଛାତ୍ରୀ ଉପସ୍ଥିତ ରହି ଡେଙ୍ଗୁ ରୋଗର ଲକ୍ଷଣ, କାରଣ ଓ ନିରାକରଣ ବିଷୟରେ ଅବଗତ ହୋଇଥିଲେ l ଲାଞ୍ଜିବେର୍ଣ୍ଣl ଡାଲମିଆ ସ୍ଵାସ୍ଥ କେନ୍ଦ୍ରର ଡାକ୍ତର ହରେକୃଷ୍ଣ ସେଠୀ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇ ଡେଙ୍ଗୁର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଲ
ଲାଞ୍ଜିବେର୍ଣ୍ଣl ମାଇନ୍ସ ସିଏସଆର ବିଭାଗର ତପନ କୁମାର ନାୟକ ଲୋକମାନଙ୍କୁ ଡେଙ୍ଗୁ ପ୍ରତି ସଚେତନ ରହିବାକୁ ପ୍ରବର୍ତ୍ତାଇବା ସହିତ ପରିବେଶକୁ ସଫା ସୁତୁରା ରଖିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ଲାଞ୍ଜିବେର୍ଣ୍ଣl ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁ, ବିହାବନ୍ଧ ଗ୍ରାମର ଏସଏଚଜି ସଭ୍ୟା, ଗାନ୍ଧୀ କ୍ଲବ ରୂମlବାହାଲର ସଭ୍ୟ ଏବଂ ପାହାଡ଼ଟୋଲୀ ବିରବିର୍ସା ଯୁବକ ସଙ୍ଘର ସଭ୍ୟ ମାନେ ସହଯୋଗ କରିଥିଲେ l ଡାଲମିଆ ଭାରତ ସିଏସଆର ବିଭାଗର ଶୋଭା ରାଣୀ ମହାନ୍ତି, ବିଉଟି ଲତା ତିର୍କି ଏବଂ ସୁଜାତା ଦାସ ପ୍ରମୁଖ କାର୍ଯ୍ୟକ୍ରମର ସଂଯାଜନା କରିଥିଲେ l