କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, 0୨/0୭ /୨0୨0,ଆଜି ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସ୍ବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇଛନ୍ତି| ଶ୍ରୀମନ୍ଦିର ସମ୍ମୁଖରେ ତିନିରଥ ଉପରେ ମହଣ ମହଣ ସ୍ବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇ ରାଜରାଜେଶ୍ୱର ବେଶରେ ଦୁର୍ଲଭ ଦର୍ଶନ ଦେଲେ ଚତୁର୍ଧାମୂର୍ତ୍ତି |ଉପରେ ଥାଇ ଦେବତା ମାନେ ରଥ ଉପରେ ଏହି ଦର୍ଶନ କରନ୍ତି ବୋଲି କୁହାଯାଏ |ନୀତି ନିର୍ଘଣ୍ଟ ଅନୁସାରେ କଡା ସୁରକ୍ଷା ବଳୟରେ ଅପରାହ୍ନ ୪. ୪0 ସମୟରେ ଭଣ୍ଡାର ଘରୁ ମହଣ ମହଣ ସ୍ବର୍ଣ୍ଣ ଆଣିବାର କାର୍ଯ୍ୟ ଆରମ୍ଭ ହେଲା |
ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସ୍ବର୍ଣ୍ଣ ଆଭୂଷଣ ବେଶଲାଗି ୫. ୪୫. ସରିଥିଲା | ମହାପ୍ରଭୁଙ୍କ ସୁନାବେଶ ପାଇଁ ବ୍ୟବହୃତ ହୋଇଥିଲା ମୁକୁଟ, ହାର, ଶ୍ରୀପୟର, ଶ୍ରୀଭୁଜ, କିରୀଟି, ଘାଗଡା ମାଳି, କଦମ୍ବ ମାଳି, କୁଣ୍ଡଳ, ଅଡ଼କାନି, ମୟୁର ଚନ୍ଦ୍ରିକା ଆଦି ବେଶ କରାଯାଇଥିଲା |ବ୍ୟବହୃତ ସ୍ବର୍ଣ୍ଣ ଅଳଙ୍କାର ପ୍ରାୟ ୨00 କିଲୋର ହେଵ ବୋଲି ଅନୁମାନ କରାଯାଇଛି | ବିଗତ ବର୍ଷ ଭଳି ଏ ଵର୍ଷ ସୁନାବେଶରେ ଦର୍ଶନ ଦେଲେ କିନ୍ତୁ ମହାପ୍ରଭୁଙ୍କୁ ପାଖରୁ ଶ୍ରଦ୍ଧାଳୁ ଦର୍ଶନ କରିପାରିଲେ ନାହିଁ| ଏହି ଦର୍ଶନ ରାତ୍ରି ପ୍ରାୟ ୧୧ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ |
କେବଳ ସେବାୟତ, ସୁରକ୍ଷା କର୍ମୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସାମିଲ କରାଯାଇନଥିଲା |କୋଭିଡ କଟକଣା ପାଇଁ ମହାପ୍ରଭୁଙ୍କର ସୁନାବେଶର ଦୁର୍ଲଭ ଦର୍ଶନ ଘରେ ରହି ଟିଭି ମାଧ୍ୟମରେ ଦର୍ଶନ କଲେ ଶ୍ରଦ୍ଧାଳୁ |
ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଅନୁସାରେ ବିନା ଭକ୍ତରେ ଦର୍ଶନ ପାଇଁ ୬0 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା | ପ୍ରଶାସନ ତରଫରୁ ସୁନାବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି| ଆସନ୍ତା କାଲି ବନ୍ଦାପନା ପରେ ଅଧରପଣା ହେବ ବୋଲି ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ କରାଯାଇଛି |